ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଲି କମ୍ୟୁନିକେସନ୍ ସର୍ଭିସ୍ କମ୍ପାନି ଏୟାରଟେଲ୍ ନିଜର ନୂଆ ସ୍କିମ୍ ୭୬ ଟଙ୍କାର ପ୍ରିପେଡ୍ ପ୍ୟାକ୍ ଲଞ୍ଚ୍ କରିଛି। ଏହି ପ୍ୟାକର ଅବଧି ୨୮ଦିନ ରହିଛି। ଏଥିରେ ୧୦୦ ଏମବି  ଡାଟା ମିଳିବ। ୨ଜି/୩ଜି/୪ଜି ଡାଟା ସାମିଲ୍ ରହିଛି।

ତେବେ ଏହି ଅଫର ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ। ସିମ୍ କିଣିବାର ପ୍ରଥମ ରିଚାର୍ଜରେ ହିଁ ଏହି ଅଫର ମିଳିବ।

ଏୟାରଟେଲ୍ ଫାଷ୍ଟ୍ ରିଚାର୍ଜ ପ୍ଲାନରେ ୧୭୮ ଟଙ୍କା, ୩୪୪, ୪୯୫  ଏବଂ ୫୫୯ ଟଙ୍କାର ପ୍ୟାକ୍ ରହିଛି।

୫୫୯ ଟଙ୍କା ଫାଷ୍ଟ ରିଚାର୍ଜରେ ୧୨୬ଜିବି ୪ଜି ଡାଟା ସହ ଅନଲିମିଟେଡ୍ କଲିଂ ବ୍ୟବସ୍ଥା ରହିଛି। ଏଥିସହିତ ଦିନକୁ ୧୦୦ଟି ମେସେଜ୍ ମଧ୍ୟ ପଠାଇ ହେବ। ଏହି ଅଫର ଅବଧି ୯୦ଦିନ  ପର୍ଯ୍ୟନ୍ତ ରହିବ।

୨୨୯ ଟଙ୍କା ଫାଷ୍ଟ ରିଚାର୍ଜରେ ୨୮ ଦିନ ପାଇଁ ଅନଲିମିଟେଡ୍ କଲିଂ ରହିଛି। ଏଥିରେ  ପ୍ରତ୍ୟେକ ଦିନ ୧୦୦ଟି ମେସେଜ୍ ମଧ୍ୟ ପଠାଯାଇପାରିବ ଏବଂ ଦୈନିକ ୧.୪ ଜିବିର ଡାଟା ରହିବ।

ସେହିଭଳି ୪୯୫ ଟଙ୍କା ଫାଷ୍ଟ ରିଚାର୍ଜରେ ୮୪ ଦିନ ପାଇଁ ଅନଲିମିଟେଡ୍ କଲିଂ ବ୍ୟବସ୍ଥା ରହିଛି। ଏଥିରେ ପ୍ରତ୍ୟେକ ଦିନ ୧୦୦ଟି ମେସେଜ୍ ପଠା ଯାଇପାରିବ ଏବଂ ଏଥିରେ ଦୈନିକ ୧.୪ ଜିବିର ଡାଟା ରହିବ।

ନିକଟରେ ୧୬୯ ଟଙ୍କାର ପ୍ଲାନ୍ ମଧ୍ୟ ଲଞ୍ଚ ହୋଇଥିଲା। ଏଥିରେ ପ୍ରତ୍ୟେକ ଦିନ ୧ ଜିବିର ଡାଟା ସହ ଅନଲିମିଟେଡ୍ କଲିଂର ସୁବିଧା ୨୮ଦିନ ପର୍ଯ୍ୟନ୍ତ ରହିଥିଲା।

Comment