ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହି ଦିନ ମାନଙ୍କ ମଧ୍ୟରେ ସାଧାରଣ ଲୋକମାନେ ଅପରାହଣ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ଅପରାହଣ ୪.୩୦ ଯାଏଁ ଉଦ୍ୟାନ ଭିତରକୁ ପ୍ରବେଶ କରିପାରିବେ ଦର୍ଶକ। ଛୁଟିଦିନ ଓ ରବିବାର ମଧ୍ୟ ଭାଜଭବନ ଉଦ୍ୟାନ ଖୋଲା ରହିବ।

ପୂର୍ବ ବର୍ଷ ଭଳି ନୂଆ ରଙ୍ଗରେ ସଜେଇ ହୋଇଛି ରାଜଭବନ ପରିସର। କୃତ୍ରିମ ଝରଣା, ମୁୟୁଜିକାଲ ଫାଉଣ୍ଟେସନ୍, ମୟୂର ଓ ହରିଣ ପାର୍କ, ବତକ, କକ୍ଟେଲ ପକ୍ଷୀଘର, ଆର୍ୟୁବେଦୀ ବଗିଚା ପ୍ରଭୃତି ଲୋକଙ୍କୁ ଆକର୍ଷିତ କରିବ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ରାଜଭବନ ପରିସରକୁ କ୍ୟାମେରା, ଖାଦ୍ୟ ପଦାର୍ଥ, ଲାଇଟର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ରାଜଭବନ ପରିସରରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ରାଜଭବନ ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।

Comment