ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଶ୍ୱ ହ୍ୟାଣ୍ଡସମ ଅଭିନେତା -୨୦୧୮ ତାଲିକାରେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଶୀର୍ଷରେ ରହିଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସେ ଖୁବ୍ ଲୋକପ୍ରିୟ,ତାହା ସେ ପ୍ରମାଣ କରିଛନ୍ତି। ନିକଟରେ ପ୍ରକାଶ ପାଇଥିବା ବିଶ୍ୱର ହ୍ୟାଣ୍ଡସମ ଅଭିନେତା ତାଲିକାର ଟପ୍‌ରେ ରହିଛନ୍ତି ହ୍ରିତିକ।

ଏହି ୪୪ ବର୍ଷୀୟ ସୁପରଷ୍ଟାର ବିଶ୍ୱର ସବୁଠାରୁ ହ୍ୟାଣ୍ଡସମ ଅଭିନେତାର ଆଖ୍ୟା ପାଇଛନ୍ତି। ହଲିଉଡ ଅଭିନେତା ରବର୍ଟ ପ୍ୟାଟିନ୍ସନ୍, ଟମ ହିଡ୍ଲଷ୍ଟନ, ହେନ୍‌ରୀ କ୍ୟାବିଲ, ନୋଆଃ ମିଲ୍‌ସ ଏବଂ ଡାଭିଡ ବ୍ରୋନାଜଙ୍କୁ ପଛରେ ପକାଇ ହ୍ରିତିକ ତାଲିକାର ଶୀର୍ଷରେ ରହିଛନ୍ତି।

ଏହା ପୂର୍ବରୁ ୨୦୧୨ରେ ହ୍ରିତିକ୍ ବିଶ୍ୱର ସବୁଠାରୁ ସେକ୍ସି ୫୦ ଏସୀୟ ପୁରୁଷଙ୍କ ତାଲିକାରେ ମଧ୍ୟ ଶୀର୍ଷରେ ରହିଥିଲେ।

ବର୍ତ୍ତମାନ ଏହି ହ୍ୟାଣ୍ଡସମ ହଙ୍କ୍‌ ନିଜ ଆଗାମୀ ସିନେମା ‘କ୍ରିସ୍‌-୪’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି।  ‘କ୍ରିସ୍‌-୪’ ପୂବର୍ରୁ ହ୍ରିତିକ୍ ଦର୍ଶକମାନଙ୍କୁ ଭେଟି ଦେବାକୁ ଯାଇଛନ୍ତି ଆଉ ଏକ ଫିଲ୍ମ। ଜାନୁଆରୀ ୨୫ରେ ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ସୁପର-୩୦’ ରିଲିଜ ହେବ। ବିହାରର ପ୍ରସିଦ୍ଧ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ।

Comment