ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚାଷୀ ଏବଂ ଚାଷ ସମସ୍ୟାକୁ ନେଇ ନୂଆଦିଲ୍ଲୀରେ ଧାରଣା ଦେବ ବିଜେଡି। ୮ ତାରିଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବା ଦାବିରେ ବିଜେଡ଼ି ସଂସଦ ଘେରିବ। ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ଵମୀନାଥନ ରିର୍ପୋଟ ଲାଗୁ ପ୍ରସଙ୍ଗ ନେଇ ଦିଲ୍ଲୀ ଯାତ୍ରା କରିଛନ୍ତି ବିଜେଡି କର୍ମୀ। ଏହା ସହିତ ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାର ମଧ୍ୟ କର୍ଯ୍ୟକ୍ରମ ରହିଛି।

ସେପଟେ ଶନିବାର ସନ୍ଧ୍ୟାରୁ ବିଜେଡିର ତୃଣମୂଳ ସ୍ତରର କର୍ମୀ, କୃଷକ ମୋର୍ଚ୍ଚାର ସଦସ୍ୟମାନେ ଦିଲ୍ଲୀ ଯାତ୍ରା କରିଛନ୍ତି। ଏହା ସହିତ ସମସ୍ତ ବିଧାୟକ, ସାସଂଦ ଓ ବିଜେଡି ସୁପ୍ରିମୋ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି।

ସବୁବେଳେ ବିଜେଡି ଦାବି କରିଆସୁଛି ଯେ ଧାନର ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବାକୁ। ଏହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ବି ହୋଇଛି। ମାତ୍ର କେନ୍ଦ୍ର ସରକାର ଏ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ଦିଲ୍ଲୀରେ ବିଜେଡି ସଂସଦ ଘେରୁଥିବା କୁହାଯାଉଛି। ତେବେ ବଜେଡିର ଏହି ସମାବେଶ କଣ ପ୍ରଭାବ ପକାଉଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହୋଇପାରିବ।

Comment