ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସିକା ଥାନା ପଲ୍ଲୀମାଳ ରାସ୍ତାରେ ଆସିକା ପୋଲିସ ପକ୍ଷରୁ ଏନକାଉଣ୍ଟର କରାଯାଇଛି। ଏହି ଏନକାଉଣ୍ଟରରେ ଦୁଇ ଅପରାଧୀ କୃଷ୍ଣ ଜେନା ଓ ସୁନୀଲ ଜେନା ଆହତ ହୋଇଛନ୍ତି। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି।

ଆହତଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାଧୀ କୃଷ୍ଣ ଜେନା ଓ ସୁନୀଲ ଜେନା ଦୁଇ ଭାଇ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଏନକାଉଣ୍ଟରରେ ଆସିକା ପୋଲିସ ଷ୍ଟେସନ୍‌ର ଆଇଆଇସି ସନ୍ତୋଷ ଜେନା ଓ ଏଏସଆଇ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି।

ଗତ ଡିସେମ୍ୱର ୩୧ ତାରିଖରେ ଖାରିଆ ସରପଞ୍ଚଙ୍କ ଭାଇ ତଥା ବିଜେଡି ଯୁବ ନେତା ବାହାନ ଲେଙ୍କାଙ୍କୁ ଏହି ଦୁଇ ଭାଇ ହତ୍ୟା କରିଥିବା ଅଭଯୋଗ ହୋଇଥିଲା। ଖବର ପାଇ ଆସିକା ପୋଲିସ ସେମାନଙ୍କୁ କାବୁ କରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ଦୁଇ ଭାଇ ଗୁଳି ଚଳାଇଥିଲେ। ତେବେ ପୋଲିସର ପାଲଟା ଜବାବରେ ଆହତ ହୋଇଥିଲେ ଅପରାଧୀ କୃଷ୍ଣ ଓ ସୁନୀଲ।

ଆସିକା ପୋଲିସ ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ, ଗୋଟିଏ ମୋଟର ସାଇକେଲ, ୫ଟି ଅଫୁଟା ଗୁଳି ଓ ୧୭,୫୦୦ଟଙ୍କା ଜବତ କରିଛି।

Comment