ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ପରେ ଏବେ କଂଗ୍ରେସ ଫୋକସ୍‌ରେ ଓଡ଼ିଶା।

ଜାନୁଆରୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ୨୫ ତାରିଖ ଦିନ ୧୦ଟାରେ ଭୁବନେଶ୍ଵରରେ ପହଞ୍ଚିବା ପରେ କଟକ ଯିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଭୁବନେଶ୍ଵରରେ ରାହୁଲ ପ୍ରଥମେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ଓଡ଼ିଶାର ବଛା ବଛା ବୁଦ୍ଧିଜୀବୀମାନଙ୍କ ସହ ରାହୁଲ ଆଲୋଚନା କରିବେ। ଏହାପରେ ସେ କଟକ ଗସ୍ତରେ ଯିବେ। ବାଲିଯାତ୍ରା ପଡ଼ିଆରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। କଟରୁ ସେ ସିଧା ଭୁବନେଶ୍ୱର ଫେରି ନୂଆଦିଲ୍ଲୀ ଯିବେ।

ରାହୁଲ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଜାନୁଆରୀ ୨୫ରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଭରି ଯାଇଛି।

ନିକଟରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ୫ଟି ରାଜ୍ୟର ନିର୍ବାଚନ ଲଢ଼ିଥିଲା। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଗଢ଼ିଥିଲା।

୨୦୧୯ ଏପ୍ରିଲ ଏବଂ ମେ’ ମାସରେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବ। ଏହା ଉପରେ ରାହୁଲ ପୂରା ଫୋକସ୍ କରିବେ। ଜାନୁଆରୀ ୨୫ରେ ପରେ ଫେବ୍ରୁଆରି ୫ ଓ ୭ରେ ପୁଣି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ।

Comment