ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଦିଲ୍ଲୀ ଦରବାରରେ ଚାଷୀଙ୍କ ପାଇଁ କୃଷକ ସମାବେଶ କରୁଛି ବିଜେଡି। ସମସ୍ତ ନେତା କର୍ମୀ ବିଧାୟକ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠାରେ ସାମିଲ ହୋଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ଉଠାଇଛି ବିଜେଡି। ଓଡ଼ିଶାର ଦାବି ପ୍ରତି କେନ୍ଦ୍ର ସହାନୁଭୂତି ଦେଖାଉନଥିବା କହିଛି ବିଜେଡି।

ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ସାହାଯ୍ୟ କରୁନଥିବା ଦିଲ୍ଲୀରେ କହିଲେ ବିଜେଡି ନେତା। କେନ୍ଦ୍ର ୨୦୧୪ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି। ମୋଦି ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ଦିଲ୍ଲୀରୁ ପଲ୍ଲୀଯାଏଁ କରାଯିବ।

ରାଜ୍ୟ ପ୍ରତିନିଧିମାନଙ୍କୁ ଭେଟିବାକୁ ମୋଦିଙ୍କୁ ୫ମିନିଟ୍‌ ସମୟ ମିଳିଲାନି ଆଉ ଏବେ ବାରମ୍ବାର ଓଡ଼ିଶା ଗସ୍ତ କରୁଥିବା ବିଜେଡି ନେତା କହିଛନ୍ତି। ତେବେ ଚାଷୀଙ୍କ ପାଇଁ ହେଉଥିବା ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଛନ୍ତି। ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟି ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯିବ।

Comment