ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୋନମ୍ କପୁରଙ୍କ ମଚ୍‌ ଆୱେଟେଡ୍‌ ଫିଲ୍ମ ‘ଏକ ଲଡକି କୋ ଦେଖା ତୋ ଐସା ଲଗା’ର ଟାଇଟଲ ଟ୍ରାକ୍‌ ରିଲିଜ୍‌ ହୋଇଛି। ଗୀତଟି ହିନ୍ଦି ଓ ପଞ୍ଜାବୀର ମିକ୍ସ ଭର୍ସନରେ ତିଆରି ହୋଇଛି। ଯାହା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି।

ଏହି ଗୀତରେ ସୋନମ୍ କପୁର ଓ ରାଜକୁମାର ରାଓଙ୍କ ଯୋଡି ଦର୍ଶକଙ୍କୁ ପସନ୍ଦ ଆସିଛି। ଉଭୟ ଗୀତରେ କିଛି ଅଲଗା ଅନ୍ଦାଜରେ ନଜର ଆସିଛନ୍ତି।

ସୋନମ କପୁର ଓ ଫିଲ୍ମର ପୁରା ଟିମ୍‌ ଏହି ଟାଇଟଲ ଟ୍ରାକକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ସୋନମ ଏହି ଗୀତକୁ ଶେୟାର କରିବା ସହ ଲେଖିଛନ୍ତି,”ଏହି ଗୀତ ବିନା ପ୍ରକୃତ ଭଲ ପାଇବା କେମିତି ଆସିବ।”

ଫିଲ୍ମର ଟ୍ରେଲର ଡିସେମ୍ବର ୨୭ରେ ରିଲିଜ ହୋଇଥିଲା। ଟ୍ରେଲର ପୂର୍ବରୁ ଫିଲ୍ମର ଏକ ଟିଜର ମଧ୍ୟ ସାମ୍ନାକୁ ଆସିଥିଲା। ଯାହା ଦେଖିବା ପରେ ଜଣା ପଡ଼ିଯାଇଥିଲା କି ଏହା ଏକ ଲଭ୍‌ ଷ୍ଟୋରୀ ଫିଲ୍ମ ଅଟେ। ତେବେ ଫିଲ୍ମର ସଫଳତାକୁ ନେଇ ପୂରା ଟିମ୍ ଆଶାବାଦୀ ଥିବାବେଳେ ଏହା ବକ୍ସ ଅଫିସରେ ଦର୍ଶକଙ୍କୁ କେତେ ପସନ୍ଦ ଆସିବ ତାହା ଫିଲ୍ମ ରିଲିଜ୍‌ ହେବା ପରେ ହିଁ ସ୍ପଷ୍ଟ ହେବ।

Comment