ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ତର୍କ ବିତର୍କ ପରେ ଲୋକସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍। ଏହି ବିଲ୍‌ରେ ଉଚ୍ଚବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବିଲ୍ ପାସ୍ ହେବା ପାଇଁ ଭୋଟିଂ କରାଯାଇଥିଲା।

ବିଲ୍ ସପକ୍ଷରେ ୩୨୩ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୩ଟି ଭୋଟ। ସରକାରୀ ଓ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଏହି ବିଲ୍‌କୁ ବିଜେଡି ସମେତ ତୃଣମୂଳ କଂଗ୍ରେସ, ସିପିଆଇ (ଏମ୍), ଏଆଇଡିଏମ୍‌କେ, ରିପବ୍ଲିକାନ ପାର୍ଟି, ତେଲେଙ୍ଗାନା ରାଷ୍ଟ୍ର ସମିତି ସମର୍ଥନ କରିଛନ୍ତି।

ଲୋକସଭାରେ ପାରିତ ହୋଇଥିବା ବିଲ୍ ରାଜ୍ୟସଭାକୁ ଯିବ। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱିକୃତୀ ପାଇଲେ ଏହି ବିଲ୍ ଆଇନରେ ପରିଣତ ହେବ।

ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଚାଲିଥିବା ଆଲୋଚନାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଭାଗ ନେଇଥିଲେ। ସେ କହିଥିଲେ, “ସବର୍ଣ୍ଣ ଗରିବଙ୍କୁ ଉନ୍ନତ ଶିକ୍ଷା, ଚାକିରିରେ ସୁଯୋଗ ମିଳିବା ଦରକାର। ସମସ୍ତେ ଏହାକୁ ସମର୍ଥନ କରିବା ଦରକାର।”

Comment