ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ


କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଗଠନ ହେବାକୁ ଥିବା ମହାଗଠବନ୍ଧନରେ ବିଜୁ ଜନତା ଦଳର ଯୋଗଦାନ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ କିଛି ସମୟ ଲୋଡ଼ା ବୋଲି କହିଛନ୍ତି।

ମଙ୍ଗଳବାର ଦିନ ଦିଲ୍ଲୀରେ ହୋଇଥିବା କୃଷକ ଅଧିକାର ସମାବେଶରେ ସାମିଲ ହୋଇଥିଲେ ନବୀନ। ଏହି ଅବସରରେ ନବୀନଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ମହାମେଣ୍ଟରେ ଆପଣ ଯୋଗ ଦେଉଛନ୍ତି କି? ନବୀନ ଏହାର ଉତ୍ତରରେ କହିଥିଲେ, “ସେ ବିଷୟରେ  ନିଷ୍ପତ୍ତି ହୋଇନାହିଁ ଏବଂ ଏଥିପାଇଁ ଆଉ କିଛି ସମୟ ଦରକାର।”

ଓଡ଼ିଶାର ଚାଷୀମାନଙ୍କ ପାଇଁ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଯିବା ଦାବିରେ ନିଜ ଦଳର ନେତା ଓ କର୍ମୀଙ୍କ ସହ ନବୀନ ଧାରଣାରେ ଅଂଶ ଗ୍ରହଣ କରିଥିଲେ। ପରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ।

କିଛିଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନବୀନ ନିବାସ ଆସିଥିଲେ। ଚନ୍ଦ୍ରଶେଖର ରାଓ ଥାର୍ଡ ଫ୍ରଣ୍ଟ ଗଠନ ନେଇ ଜୋରଦାର ଉଦ୍ୟମ କରୁଛନ୍ତି। ଏଣୁ ଏହି ମେଣ୍ଟରେ ବିଜେଡି ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Comment