ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହ୍ରିତକ୍‌ ରୋଶନଙ୍କ ବାପା ରାକେଶ ରୋଶନ ଏବେ କ୍ୟାନସର ପ୍ରଥମେ ଷ୍ଟେଜ୍‌ରେ। ବାପାଙ୍କୁ ଫାଇଟର କହିଲେ ହ୍ରିତିକ୍‌। ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ସକାଳେ ହ୍ରିତିକ୍‌ ରୋଶନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ନିଜ ବାପା ରାକେଶ ରୋଶନଙ୍କ ଅସୁସ୍ଥତା ନେଇ ସୂଚନା ଦେଇଥିଲେ।

 ହ୍ରିତିକ୍‌ ରୋଶନ ଲେଖିଛନ୍ତି, “ଆଜି ସକାଳେ ଯେତେବେଳେ ମୁଁ ବାପାଙ୍କୁ ଏକ ଫଟୋ ମାଗିଥିଲି। ମୋତେ ଜଣାଥିଲା କି ବାପା ଅପରେସନ ଦିନ ବି ନିଜ ୱାର୍କଆଉଟ ମିସ କରିବେନି। ସେ ମୋ ଜୀବନରେ ମଜଭୂତ ଲୋକଙ୍କ ମଧ୍ୟରୁ ଜଣେ। କିଛି ଦିନ ପୂର୍ବରୁ ଆମକୁ ଜଣାପଡିଥିଲା କି କ୍ୟାନସରର ଫାଷ୍ଟ ଷ୍ଟେଜ୍‌ରେ ବାପା ଅଛନ୍ତି। ମାତ୍ର ସେ ଏହା ବିରୋଧରେ ଲଢିବା ଲାଗି ପ୍ରସ୍ତୁତ ଅଛନ୍ତି। ଆମେ ଗର୍ବିତ ଆମ ପରିବାରକୁ ତାଙ୍କ ପରି ଜଣେ ଲିଡର ମିଳିଥିବାରୁ।”

ହ୍ରିତିକ୍‌ଙ୍କ ପୋଷ୍ଟ ପରେ ଏହାକୁ ରି-ଟୁଇଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶ ରୋଶନଙ୍କ ସୁସ୍ଥତା କାମନା କରିଛନ୍ତି। ଏହା ସହିତ ମୋଦି ଲେଖିଛନ୍ତି, ”ଡିଅର ହ୍ରିତିକ୍‌ ମୁଁ ରାକେଶ ରୋଶନଙ୍କ ଅସୁସ୍ଥତା ବାବଦରେ ଜାଣିଲି। ସେ ଜଣେ ଫାଇଟର ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ। ”

Comment