ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ରାହୁଲ କଟକ ବାଲିଯାତ୍ରା  ପଡିଆରେ ଆୟୋଜନ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ। ରାହୁଲଙ୍କ ଗସ୍ତ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରସ୍ତୁତି ବୈଠକ କରିଛନ୍ତି।

୨୫ରେ ରାହୁଲ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧା ଶୋଭାଯାତ୍ରାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଯାଏଁ ଯିବେ। ସେଠାରେ ରାହୁଲ ବିଭିନ୍ନ ଆନ୍ଦୋଳନର କର୍ମକର୍ତ୍ତା, ସାମାଜିକ ନେତା, ଚାଷୀ ନେତା, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ।

ଏହାପରେ ରାହୁଲ କଟକ ବାଲିଯାତ୍ରା ପଡ଼ିଆକୁ ଯିବେ। ସେଠାରେ କର୍ମୀ ଓ ନେତାଙ୍କ ସମାବେଶରେ ଯୋଗଦେବେ। ସେଠାରେ ରାହୁଲ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି। ତେବେ ରାହୁଲ ଜନସଭାକୁ ସମ୍ବୋଧିତ କରି କେଉଁ କେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ରାହୁଲ ସଭାପତି ହେବା ପରେ ଏହା ପ୍ରଥମ ଓଡ଼ିଶା ଗସ୍ତ।

Comment