ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହେଲେ କିନ୍ନର ଅପ୍ସରା ରେଡ୍ଡି।

ପାଖେଇ ଆସୁଛି ୨୦୧୯ ଲୋକସଭା ନିର୍ବାଚନ। ସବୁ ବର୍ଗର ଭୋଟରଙ୍କ ଭୋଟ ପାଇବା ପାଇଁ ବିଭିନ୍ନ ରାଜନୀତିକ ଦଳ ଅଙ୍କ କଷୁଥିବା ବେଳେ କଂଗ୍ରେସ ଗୋଟିଏ ପାଦ ଆଗକୁ ଟପିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିନ୍ନର ଭୋଟ ଉପରେ ନଜର ପକାଇଛନ୍ତି।

ଏଆଇଏଡିଏମ୍‌କେର ରାଷ୍ଟ୍ରୀୟ ମୁଖପାତ୍ର ତଥା ସମାଜସେବୀ ଅପ୍ସରା ରେଡ୍ଡି କଂଗ୍ରେସରେ ମିଶିବା ପରେ ଏହି ଚର୍ଚ୍ଚା ହେଉଛି। କଂଗ୍ରେସ ତାଙ୍କୁ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି। ଅପ୍ସରା ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର, ଯିଏ ମହିଳା କଂଗ୍ରେସର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପରେ ୨୦୧୬ରେ ଅପ୍ସରା ଏଆଇଏଡିଏମ୍‌କେର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଥିଲେ। କିନ୍ତ ଦଳରେ କନ୍ଦଳ ବୃଦ୍ଧି ପାଇବାରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି।

“ବିଭିନ୍ନ ବର୍ଗର ଲୋକଙ୍କୁ ଭାରତରେ ଉଚିତ ସମ୍ମାନ ମିଳୁଛି। ବିଶେଷକରି ମହିଳା ଏବଂ କିନ୍ନରମାନଙ୍କୁ ସେମାନଙ୍କ ଅଧିକାର ଦିଆଯାଉଛି। କଂଗ୍ରେସ ଏକ ପୁରୁଣା ଦଳ ହୋଇଥିବାରୁ ମହିଳାମାନଙ୍କୁ ଏହି ଦଳ ଗୁରୁତ୍ୱ ଦେଇଛି”, କହିଛନ୍ତି ଅପ୍ସରା।

Comment