ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡା ଜିଲ୍ଲା ପରଶଖୋଲ ନିକଟରେ ଥିବା ବଗାରପାଣି ପୋଲ ତଲକୁ ବାଇକ ଖସି ୩ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ୪ ଜଣ ସାଙ୍ଗ ବାଇକରେ ନୂଆପଡ଼ାରେ ଚାଲିଥିବା  କୋସଲୀ ଧନୁଯାତ୍ରା ଦେଖିବାକୁ ଯାଇଥିଲେ। ଫେରିବା ବାଟରେ ହିଁ ବାଇକଟି ଦର୍ଲିମୁଣ୍ଡା ନିକଟରେ ଥିବା ନିର୍ମଣାଧୀନ ପୋଲ ତଳକୁ ଖସି ପଡ଼ିଥିଲା।

ବାଇକରେ ଗତି ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ୪ଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ ବଞ୍ଚି ଯାଇଛନ୍ତି। ତାଙ୍କର ଅବସ୍ଥା ଗୁରୁତର ଅଛି।

ସ୍ଥାନୀୟ ଲୋକ ଖବର ଦେବା ପରେ ନୂଆପଡ଼ା ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ତେବେ କେଉଁ କାରଣ ଯୋଗୁଁ ବାଇକ ପୋଲ ତଳକୁ ଖସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା କଥା ଦ୍ରୁତ ଗାଡ଼ିଚାଳନା ଯୋଗୁଁ ଏପରି ହୋଇଛି। ଅନ୍ୟପଟେ ପୋଲିସର ତଦନ୍ତ ଜାରି ରହିଛି।

Comment