ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଦିନିଆ ଭାରତ ବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖାଯାଇଛି। ବନ୍ଦର ପ୍ରଭାବ ଓଡ଼ିଶା, ପଶ୍ଚିମ ବଙ୍ଗ, କେରଳରେ ସର୍ବାଧିକ ଦେଖାଯାଇଛି।

ବୁଧବାର ଧର୍ମଘଟର ଦ୍ୱିତୀୟ ଦିନରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଇଛି। ତେବେ ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲାରେ ଆନ୍ଦୋଳନକାରୀ ଏକ ସ୍କୁଲ ବସ୍‌ ଉପରକୁ ପଥର ଫିଙ୍ଗିଥିବା ଦୃଶ୍ୟ ସମ୍ନାକୁ ଆସିଛି। ବସ୍‌ରେ ଥିବା ଦୁଇ ଛାତ୍ର ଏଥିରେ ଆହତ ହୋଇଛନ୍ତି।

ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ୪୦୦ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଭିତରେ ୩୫୭ ପୁରୁଷ ଓ ୩୪ ମହିଳା ରହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ବସ୍‌ ଡ୍ରାଇଭରମାନଙ୍କୁ ହେଲମେଟ ପିନ୍ଧି ଗାଡ଼ି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହେବା ସହ ବ୍ୟାଙ୍କ ସେବା ଓ ଡାକ ସେବା ବାଧାପ୍ରାପ୍ତ ହୋଇଛି। କେରଳରେ ଟ୍ରେନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ଶ୍ରମିକମାରଣ, ଦରଦାମ ବୃଦ୍ଧି, ବେକାରୀ ବିରୋଧରେ ଏହି ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି। ହେଲେ ଆନ୍ଦୋଳନକାରୀଙ୍କର ଏପରି ହିଂସାକାଣ୍ଡ ଜନ ସାଧାରଣଙ୍କୁ ଆଘାତ ପହଞ୍ଚାଉଛି। ଫଳରେ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment