ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାର ଶୁଣାଣି ପାଇଁ ସୁପ୍ରମିକୋର୍ଟ ୫ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି। ଗୁରୁବାର ଏହି ମାମଲାର ଶୁଣାଣି ହେବ

ସୁପ୍ରିମକୋର୍ଟ ଜାନୁଆରୀ ୧୦ରେ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାରେ ଶୁଣାଣି କରିବେ। ମାମଲାର ଶୁଣାଣି ପାଇଁ ୫ ଜଣିଆ ଖଣ୍ଡପୀଠ ଗଠନ ହୋଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଏସ୍‌ ଏ ବୋବଡେ, ଏନ୍‌ ଭି ରମଣ, ୟୁ୍ୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି।

ଗୁରୁବାର ସକାଳ ୧୦ଟା ୩୦ରେ ସୁପ୍ରମିକୋର୍ଟ ମାମଲାର ଶୁଣାଣି କରିବେ ବୋଲି ସୂଚନା ମିଳିଛି।

ଜାନୁଆରୀ ୪ରେ ହୋଇଥିବା ଶୁଣାଣିରେ ପରବର୍ତ୍ତୀ ଶୁଣାଣି ୧୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍‌ କେ କୌଲ ଏହି ରାୟ ଦେଇଥିଲେ।

ଏହି ମାମଲାରେ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର ହୋଇଥିଲା।

୨.୭୭ ଏକର ବିବାଦୀୟ ଜମିକୁ ଆଲ୍ଲାହାବାଦ ହାଇକୋର୍ଟ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।

ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଜାନୁଆରୀ ପ୍ରଥମ ସପ୍ତାହରେ ଶୁଣାଣି ହେବ କହିଥିଲେ। ତେବେ ଏହି ଶୁଣାଣି ୧୦ ତାରିଖରେ ହେବ।

Comment