ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ଓସ୍ତରହାଟ ଗାଁରେ ବୁଧବାର ଭୋର୍‌ ସମୟରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ ଗୁରୁତର ଆଖିବୁଜିଛନ୍ତି। ତାଙ୍କ ନାଁ ହେଉଛି ମଖି ଦାସ। କଟକ ଏସ୍‌ସିବି ମେଡିକାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଓସ୍ତରହାଟ ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା। ଏହି ଗାଁର ସୁକଦେବ ଦାସଙ୍କର ୨ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ସୁକଦେବଙ୍କର ପରିବାର ଲୋକେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ସୁକଙ୍କର ୭୦ ବର୍ଷିୟା ବୃଦ୍ଧା ମା’ ମଖି ଦାସ ଶୋଇଥିବା ଘରେ ଚାଳରୁ ନିଆଁ ଖସି ମଖିଙ୍କ ଉପରେ ପଡ଼ିବାରୁ ସେ ଚିତ୍କାର କରିବାକୁ ଲାଗିଥିଲେ। ପାଟି ଶୁଣି ସାରା ପରିବାର ଲୋକେ ଉଠିଥିଲେ। ସେତେବେଳକୁ ମଖି ଗୁରୁତର ହୋଇ ଯାଇଥିଲେ।

ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡ଼ିରେ ମଖିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କେନ୍ଦ୍ରାପଡ଼ାରେ ମଖିଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତର କଟକ ପଠାଇ ଦେଇଥିଲେ। ଆମ୍ବୁଲାନ୍ସରେ ମଖିଙ୍କୁ କଟକ ନେବା ବାଟରେ ସେ ଆଖି ବୁଜିଥିଲେ।

Comment