ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜିଉଙ୍କ ବନକଲାଗି ନୀତି ଯୋଗୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହଣ୍‌ ୪ଟାରୁ ରାତି ୮ପର୍ଯ୍ୟନ୍ତ ଏହି ନୀତି ସମ୍ପନ୍ନ ହେବାକୁ ଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ନାହିଁ।

ମହାପ୍ରଭୁଙ୍କ ଏହି ନୀତିକୁ ଛତିଶାନିଯୋଗ ସେବାକାରୀଙ୍କ ଦ୍ୱାରା କରାଯାଇଥାଏ। ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପନ୍ନ କରିବେ। ବନକଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇନଥାଏ। ବନକଲାଗି ନୀତି ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର ଲାଗି କର୍ପୁର , କଜଲ, କସ୍ତୁରି ଭଳି ବିଭିନ୍ନ ସାମଗ୍ରୀରେ ବନକ ପ୍ରସ୍ତୁତ କରାଯାଇଥାଏ।

Comment