ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ନିର୍ମାତା ରାକେଶ ରୋଶନଙ୍କର ସର୍ଜରୀ ସଫଳ ହୋଇଛି। ରାକେଶଙ୍କର ଗଳାରେ କ୍ୟାନ୍ସର ହୋଇଥିବାରୁ ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ରାକେଶ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତାଙ୍କ ଭାଇ ରାଜେଶ ରୋଶନ ସୂଚନା ଦେଇଛନ୍ତି।

ସେ ଶୁକ୍ରବାର କିମ୍ବା ଶନିବାର ହସ୍ପିଟାଲରୁ ଘରକୁ ଆସିପାରନ୍ତି। ସର୍ଜରୀ ସମୟରେ  ରାକେଶଙ୍କ ପୂରା ପରିବାର ତାଙ୍କ ସହିତ ହସ୍ପିଟାଲରେ ରହିଥିଲେ।

ଗତ ମଙ୍ଗଳବାର ସକାଳେ ହ୍ରିତିକ୍‌ ରୋଶନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ବାପା ରାକେଶ ରୋଶନଙ୍କ ଅସୁସ୍ଥତା ନେଇ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାକେଶଙ୍କ ଆଶୁ ଆରୋଗ୍ୟ ପାଇଁ ଟୁଇଟ୍ କରିଥିଲେ। ସେ ଜଣେ ଫାଇଟର, ମୋର ବିଶ୍ଵାସ ସେ ଶୀଘ୍ର ସୁସ୍ଥ ହୋଇଯିବେ।

ରାକେଶ ରୋଶନ ଗଳା କ୍ୟାନ୍ସରରେ ପୀଡ଼ିତ ଥିଲେ। କିଛିଦିନ ତଳେ ସେ କ୍ୟାନ୍ସରର ଶିକାର ହୋଇଥିଲେ ବୋଲି ଜଣାପଡ଼ିଥିଲା।

ତେବେ ରାକେଶ ରୋଶନ ଏକା ନୁହନ୍ତି ବଲିଉଡରେ ଅନେକ କଳାକାର କ୍ୟାନ୍ସରର ଶିକାର ହୋଇଛନ୍ତି। ସୋନାଲି ବେନ୍ଦ୍ରେ, ଇରଫାନ ଖାନ୍‌, ତୋହିରା କଶ୍ୟପ ଆଦି କଳାକାର କ୍ୟାନ୍ସରରେ ପୀଡ଼ିତ ଅଛନ୍ତି।

Comment