ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ଦର୍ଶକ କେତେକ ହିରୋ ହିରୋଇନ୍‌ଙ୍କ ଯୋଡ଼ିକୁ ପୁଣି ଥରେ ଦେଖିବାକୁ ପାଇବେ। ଜାଣନ୍ତୁ ଏହି ସୁପରହିଟ୍ ଯୋଡ଼ି କିଏ?

୨୦୧୯ରେ ପରଦା ଉପରକୁ କେତେକ ସୁପରହିଟ୍ ଯୋଡ଼ି ପୁଣି ପରଦାକୁ ଫେରୁଛନ୍ତି ଜାଣନ୍ତୁ ତାଙ୍କ ବିଷୟରେ…

ବାବୁସାନ୍-ଅର୍ଚ୍ଚିତା

୨୦୧୯ରେ ଓଲିଉଡର ଏକ ପପୁଲାର ପେଆର୍‌ ପ୍ରାୟ ସାତବର୍ଷ ପରେ ପରଦା ଉପରକୁ ପୁଣି ଆସୁଛନ୍ତି। ଏହି ଯୋଡ଼ି ହେଲେ ବାବୁସାନ୍‌-ଅର୍ଚ୍ଚିତା। ଏହି ଯୋଡ଼ି ଯେଉଁ ସିନେମା ଜରିଆରେ କମ୍‌ବ୍ୟାକ୍‌ କରୁଛନ୍ତି, ତାହାର ଟାଇଟଲ୍ ହେଲା ‘ଅଜବ ସଞ୍ଜୁର ଗଜବ ଲଭ୍’। ଏହା ଜାନୁଆରୀ ମାସରେ ରିଲିଜ୍ ହେଉଥିବାର ସୂଚନା ମିଳିଛି। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି।

ବାବୁସାନ୍‌-ଅର୍ଚ୍ଚିତାଙ୍କ ଯୋଡ଼ିକୁ ଦର୍ଶକ ଆଗରୁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲୋଫର୍’, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ଚକୋଲେଟ୍’ ଓ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଥୁକୁଲ’ରେ ଦେଖିବାକୁ ପାଇଥିଲେ।

ସବ୍ୟସାଚୀ-ଏଲିନା

୨୦୧୮ ବର୍ଷରେ ଲଗାତାର ଦୁଇଟି ସିନେମାରେ ନଜର ଆସିଥିଲେ ସବ୍ୟସାଚୀ-ଏଲିନା। ଏ ଦୁଇଟି ଫିଲ୍ମ ହେଲା ‘ଫୋର୍ ଇଡିଅଟ୍ସ’ ଏବଂ ‘ଟୋକାଟା ଫସିଗଲା’।

୨୦୧୯ରେ ପୁଣି ଏହି ହିଟ୍ ଯୋଡ଼ିଙ୍କୁ ଦର୍ଶକ ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି। ଏ ବର୍ଷ ସବ୍ୟସାଚୀ ଓ ଏଲିନାଙ୍କୁ ପୁଣି ଯେଉଁ ଓଡ଼ିଆ ସିନେମାରେ ଏକାଠି ଦେଖିବାକୁ ମିଳିବ। ତା’ର ଟାଇଟଲ୍‌ ହେଲା ‘ମାଲ୍ ମହୁ, ଜୀବନ ମାଟି ଭାଗ୍ୟର ନୋ ଗ୍ୟାରେଣ୍ଟି’। ଆମର ମ୍ୟୁଜିକ୍ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶକ ହେଲେ ରମେଶ ରାଉତ।

ସିଦ୍ଧାନ୍ତ-ଅନୁଚୌଧୁରୀ

ଓଲିଉଡର ଏକ ସୁପରହିଟ୍ ଯୋଡ଼ି ହେଲେ ସିଦ୍ଧାନ୍ତ–ଅନୁ ଚୌଧୁରୀ। ଏହି ଯୋଡ଼ିକୁ ଦର୍ଶକ ଆଗରୁ ବେଶ୍ କେତୋଟି ଫିଲ୍ମରେ ଦେଖିସାରିଛନ୍ତି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ରାଖି ବାନ୍ଧିଲି ମୋ’ ରଖିବ ମାନ, ରକତ କହିବ କିଏ କାହାର, ଓମ୍ ଶାନ୍ତି ଓମ୍, କାଳୀଶଙ୍କର, ପ୍ରେମ ଋତୁ ଆସିଲାରେ, ଓ ‘ଗଡ଼ଫାଦର୍’ ଆଦି।

ପ୍ରାୟ ଦୁଇ ବର୍ଷ ପରେ  ସିଦ୍ଧାନ୍ତ- ଅନୁ ୨୦୧୯ରେ ଫେରୁଛନ୍ତି। ହଁ, ଏହି ଯୋଡ଼ି ବବି ଇସଲାମଙ୍କ ନିର୍ଦ୍ଦେଶିତ ‘ଛବିରାଣୀ- ଦ ଅନ୍‌ଟୋଲ୍ଡ ଷ୍ଟୋରି’ରେ ଏକାଠି ଆସୁଛନ୍ତି।

ଅମ୍ଳାନ–ଝିଲିକ

୨୦୧୯ରେ ଦର୍ଶକ ପୁଣି ଥରେ ଏକ ଯୋଡ଼ିକୁ ଦେଖିବାର ସମ୍ଭାବନା ରହିଛି। ଏହି ଯୋଡ଼ି ହେଲେ ଅମ୍ଳାନ-ଝିଲିକ୍‌। ଅମ୍ଳାନ- ଝିଲିକ ଗୋଟିଏ ସିନେମା ‘ଟାର୍ଗେଟ୍’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ମାତ୍ର ପରେ ଏ ଦୁହିଁଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳିନଥିଲା।

ଆଶା କରାଯାଉଛି ଏ ବର୍ଷ ଅମ୍ଳାନ- ଝିଲିକ’ ପ୍ରେମରେ ମୁଁ ଏମ୍‌ବିବିଏସ୍‌’ ଟାଇଟଲରେ ଏକ ଫିଲ୍ମରେ ନଜର ଆସିବେ। ଏହି ସିନେମାର ନିର୍ଦ୍ଦେଶକ ହେଲେ ଏସ୍.ଦିଲ୍ଲୀପ ପଣ୍ଡା

Comment