ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ୫ରାଜ୍ୟର ବିଧାନସଭା ନିର୍ବାଚନ ସରିଛି। ଏଥିରେ ବିଜେପିକୁ ସେତେଟା ସଫଳତା ମିଳିନାହିଁ। ଅନ୍ୟପଟେ ୩ଟି ରାଜ୍ୟରେ କଂଗ୍ରେସ ସରକାର ବନାଇବାରେ ସଫଳ ହୋଇଛି। ତେବେ ଏହି ନିର୍ବାଚନ ଫଳାଫଳ ଆସିବା ପରେ ବି ମୋଦି ସରକାରର ବହୁ ବରିଷ୍ଠ ମନ୍ତ୍ରୀ ଓ ଖୋଦ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି କି ଏହା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏବଂ ୨୦୧୯ରେ ପୁଣିଥରେ ବିଜେପି ବାଜିମାତ କରିବେ। ତେବେ ବିଜେପିର ଏହି ମନ୍ତବ୍ୟର ମୋଦିଙ୍କର ଏକ କଥା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମୋଦି ଏକ ନିର୍ବାଚନୀ ପ୍ରଚାରରେ  କହିଥିଲେ, “୧୦ବର୍ଷ ଧରି ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ କିନ୍ତୁ ତାଙ୍କର ରିମୋଟ କଣ୍ଟ୍ରୋଲ ଥିଲା ୧୦ଜନପଥରେ ରହୁଥିବା ମ୍ୟାଡାମ୍‌ଙ୍କ ପାଖରେ। ଆପଣମାନେ ମୋତେ ସରକାରକୁ ଆଣିଛନ୍ତି। ମୋର ବି ରିମୋଟ କଣ୍ଟ୍ରୋଲ ଅଛି। ମୋ ରିମୋର୍ଟ କଣ୍ଟ୍ରୋଲ ୧୨୩କୋଟି ଜନତାଙ୍କ ପାଖରେ ରହିଛି। ସେମାନେ ହିଁ ମୋ ହାଇକମାଣ୍ଡ। ଯଦି ହାଇକମାଣ୍ଡ କହିବ ବସ ମୁଁ ବସିବି, ଉଠ୍‌ କହିଲେ ମୁଁ ଉଠିବି। ବାମକୁ ଯିବାକୁ କହିଲେ ବାମକୁ ଯିବି, ଡାହାଣକୁ କହିଲେ ଡାହାଣକୁ ଯିବି।”

ଲାଗୁଛି ସେହି ଆଧାରରେ ବିଜେପି ନେତା କହୁଛନ୍ତି କି ବିଜେପିକୁ ୨୦୧୪ ପରି ୨୦୧୯ରେ ବି ସଫଳତା ମିଳିବ ଏବଂ ସେମାନେ ସରକାର ଗଢ଼ିବେ।

ତେବେ ୨୦୧୯ ସାଧାରଣ ନିର୍ବାଚନକୁ ଅଳ୍ପଦିନ ବାକି ଥିବାବେଳେ ବିଜେପି ନେତାଙ୍କ ମନୋବଳ ଦଳକୁ ସଫଳତା ଦେବ ନା ୫ ରାଜ୍ୟର ନିର୍ବାଚନ ଫଳାଫଳର ପୂନରାବୃତ୍ତି ହେବ ତାହା ଦେଖିବାକୁ ବାକି ରହିଲା।

Comment