ଓଡ଼ିଶାଲାଇଭ୍ ବ୍ୟୁରୋSupreme court of India SC allows women entry to sabarimala_temple

ବହୁ ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ଶୁଣାଣି ଜାନୁଆରୀ ୨୯ରେ ହେବ। ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ୫ ଜଣିଆ ଖଣ୍ଡପୀଠରୁ ୟୁୟୁ ଲଳିତ ଓହରି ଯିବାରୁ ଗୁରୁବାର ଶୁଣାଣି ହୋଇନାହିଁ।

ଜଷ୍ଟିସ୍‌ ଲଳିତଙ୍କ ନିଯୁକ୍ତିକୁ ନେଇ ଆପତ୍ତି ଉଠିବାରୁ ଲଳିତ ନିଜେ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ମୁସଲିମ ପକ୍ଷ ଆଡଭୋକେଟ୍‌ ରାଜୀବ ଧାୱନ ଉଠାଇଥିଲେ ଆପତ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ପୁଣିଥରେ ନୂଆ ଖଣ୍ଡପୀଠ ଗଠିତ ହେବ।

ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଖଣ୍ଡପୀଠରେ ଏସ୍‌ ଏ ବୋବଡେ, ଏନ୍‌ ଭି ରମଣ, ୟୁୟୁ ଲଳିତ, ଡିୱାଇ ଚନ୍ଦ୍ରଚୂଡ଼ ଥିଲେ।

ପୂର୍ବରୁ ଜାନୁଆରୀ ୪ରେ ମାମଲାର ଶୁଣାଣି ହୋଇଥିଲେ ହେଁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପରବର୍ତ୍ତୀ ନିଷ୍ପତ୍ତି ୧୦ ତାରିଖରେ ହେବ ବୋଲି କହିଥିଲେ। ଏବେ ପୁଣି ଶୁଣାଣି ତାରିଖ ଘୁଞ୍ଚିଛି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଗୁରୁତ୍ଵପୂର୍ଣ୍ଣ ରହିଛି। ତେଣୁ ସମସ୍ତଙ୍କର ନଜର ଏହି ମାମଲା ଉପରେ ରହିଛି।

Comment