ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଖଡ଼ିଆଳ ଥାନା ଏଏସଆଇ ବିଜେଶ୍ୱର ପଣ୍ଡା। ଏକ ମାମଲା ପାଇଁ ସେ ୫୦୦୦ଟଙ୍କା ଲାଞ୍ଚ ମାଗିଥିଲେ। ସୂଚନାନୁସାରେ ଭବାନୀ ଶଙ୍କର ଅଦା ନାମକ ଜଣେ ବ୍ୟକ୍ତିଙ୍କର ମାମଲାକୁ ତାଙ୍କ ସପକ୍ଷରେ ଆଣିବା ଲାଗି ତାଙ୍କୁ ଟଙ୍କା ମାଗିଥିଲେ।

ପୂର୍ବ ସୂଚନାନୁସାରେ ଭବାନୀ ଏଏସ୍‌ଆଇଙ୍କୁ ୪୦୦୦ଟଙ୍କା ଦେବାକୁ ଯାଇଥିବା ବେଳେ ଘଟଣାସ୍ଥଳରେ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍‌ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଆଜି ଏଏସଆଇଙ୍କୁ କୋର୍ଟ ଚାଲାଣ କରାଯାଇପାରେ।

ଅନ୍ୟପଟେ ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି। ଏ ନେଇ ଏଏସ୍‌ଆଇଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comment