ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରୁଚିକର ମନ୍ତବ୍ୟ ମହଙ୍ଗା ପଡ଼ିଛି ରାହୁଲ ଗାନ୍ଧିଙ୍କୁ । ଜାତୀୟ ମହିଳା କମିଶନଙ୍କ ତରଫରୁ ରାହୁଲଙ୍କୁ ନୋଟିସ୍‌ କରାଯାଇଛି। ନିଜ ମନ୍ତବ୍ୟ ଉପରେ କାରଣ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି।

ଏକ ରାଲିରେ ଯୋଗ ଦେଇ  ରାହୁଲ ଗାନ୍ଧି ନିର୍ମଳା ସୀତାରମଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ରାହୁଲ କହିଥିଲେ,’’ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଖସି ଯିବା ଲାଗି ଜଣେ ମହିଳାଙ୍କ ପଛରେ ଲୁଚୁଛନ୍ତି। ’’

ରାହୁଲଙ୍କ ଏହି ବୟାନ ପରେ ଅମିତ ଶାହଙ୍କଠୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା ରାହୁଲଙ୍କୁ ଟାର୍ଗେଟ କରିଥିଲେ। ଖୋଦ ଜାତୀୟ ମହିଳା କମିଶନଙ୍କ ତରଫରୁ ରେଖା ଶର୍ମା ମଧ୍ୟ ଏନେଇ ରାହୁଲଙ୍କୁ ସମାଲୋଚନା କରିଥିଲେ।

Comment