ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅରୁଣାଚଳ ପ୍ରଦେଶରେ ଜଣେ ଯୁବକଙ୍କୁ ପାକିସ୍ତାନର ଗୁପ୍ତଚର ସନ୍ଦେହରେ ଗିରଫ କରାଯାଇଛି।  ସେନା ପକ୍ଷରୁ ଗିରଫ କରାଯାଇଥିବା ଯୁବକକୁ ପଚରାଉଚରା କରାଯାଉଛି।

ଉକ୍ତ ଯୁବକର ନାଁ ନିର୍ମଳ ରାୟ ଏବଂ ତା ଘର ଆସାମର ଅମ୍ବିକାପୁରରେ ବୋଲି କୁହାଯାଉଛି। ସେ ଦୁବାଇରେ ୨୦୧୬ରୁ ସେନାର ଗୁପ୍ତ ତଥ୍ୟ ପାକିସ୍ତାନ ହ୍ୟାଣ୍ଡଲରମାନଙ୍କୁ ଦେଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେଠାରେ ସେ ଏକ ବର୍ଗର ଦୋକାନାରେ ରହି ଏହି ସବୁ କାମ କରୁଥିଲା।  ସେ ସେନା କ୍ୟାମ୍ପକେ କୁଲୀ ଭାବେ କାମ କରୁଥିଲା।

ନିର୍ମଳର ବ୍ୟବହାରରେ ସନ୍ଦେହ ହେବା ପରେ ସେନା ପକ୍ଷରୁ ତାକୁ ପଚରାଉଚରା କରାଯାଇଥିଲା ତାପରେ ତାକୁ ଗିରଫ କରିଯାଇଛି। ନିର୍ମଳ ପାଖରୁ ଏକ ସ୍ମାର୍ଟ ଫୋନ ଜବତ କରାଯାଇଛି। ତେବେ ତା ଫୋନରୁ କଣ ସବୁ ତଥ୍ୟ ସେନାକୁ ମିଳିଛି ସେ ନେଇ କିଛି ସୂଚନା ମିଳିନାହିଁ। ନିର୍ମଳକୁ ଆଇପିସି ଧାରା ସେକସେନ୍‌ ୧୨୦ବି ହିସାବରେ ଗିରଫ କରାଯାଇଛି।

Comment