ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ଆଲୋକ ବର୍ମା ନିଜ ଆତ୍ମସମ୍ମାନକୁ ଜଗି ଆଇପିଏସ୍‌ ପଦବୀକୁ ଛି କରିଦେବାକୁ ଶ୍ରେୟ ମଣିଛନ୍ତି।

ସିବିଆଇ କଳି ବଢ଼ୁଛି ପଛେ ଥମିବାର ନାଁ ଧରୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ନିର୍ଦ୍ଦେଶକ ପଦବୀରେ ପୁନଃଅବସ୍ଥାପିତ ହୋଇଥିବା ଆଲୋକ ବର୍ମାଙ୍କୁ ୩୬ ଘଣ୍ଟା ଭିତରେ ପୁଣି ପଦ ହରାଇବାକୁ ପଡ଼ିଛି।

କେନ୍ଦ୍ର ସରକାରଙ୍କ ହାଇପାୱାର ସିଲେକ୍ସନ କମିଟି ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଦେବା ପରେ ନିଜ ଆତ୍ମସମ୍ମାନକୁ ଜଗି ଆଲୋକ ବର୍ମା ଆଇପିଏସ୍‌ ପଦବୀକୁ ଛି କରିଦେଇଛନ୍ତି।

ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା ଆଇପିଏସ୍ ଚାକିରି ଛାଡ଼ିଛନ୍ତି। ତାଙ୍କୁ ଗତ ଗୁରୁବାର ଦିନ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଲେକ୍ସନ କମିଟି ବୈଠକ ପରେ ବର୍ମାଙ୍କୁ ହଟାଇ ଦିଆଯାଇଥିଲା।

ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାକୁ ସେ ଗ୍ରହଣ କରି ନାହାନ୍ତି। ସେ ଶୁକ୍ରବାର ଆଇପିଏଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି।

୨୦୧୮ ଅକ୍ଟୋବର ୨୩ରେ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ଛୁଟିରେ ପଠାଇ ଦେଇଥିଲେ। ସିବିଆଇର ନମ୍ବର-୧ ଅଫିସର ରାକେଶ ଆସ୍ଥାନାଙ୍କ ସହ ଆଲୋକ ବର୍ମାଙ୍କ ବିବାଦ ବଢ଼ିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିଲେ। ରାକେଶ ଆସ୍ଥାନାଙ୍କ ବିରୋଧରେ ବର୍ମା ଦୁର୍ନୀତି ଅଭିଯୋଗ ଆଣି ବିବାଦରେ ରହିଥିଲେ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଆଲୋକ ବର୍ମା ୯ ତାରିଖରେ ସିବିଆଇର ନିର୍ଦ୍ଦେଶକ ଭାବେ ପୁନଃଅବସ୍ଥାପିତ ହୋଇଥିଲେ। କିନ୍ତୁ ସିଲେକ୍ସନ କମିଟିର ନିଷ୍ପତ୍ତି ଅନୁଯାୟୀ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଥିଲା।

Comment