ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଏକ ରକ୍ଷଣଶୀଳ ଦେଶ। ସୈନବାହିନୀ ମଧ୍ୟ ସେହି ଧାରାରେ ପରିଚାଳିତ। ଜେନେରାଲ ବିପିନ ରାୱାତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କହିଛନ୍ତି ଯେ,’’ ସମଲିଙ୍ଗୀ ଯୌନ ସମ୍ପର୍କକୁ  ସୁପ୍ରିମକୋର୍ଟ ଅପରାଧମୁକ୍ତ କରିଥିଲେ ମଧ୍ୟ ଭାରତୀୟ ସେନାରେ ଏହାକୁ ଲାଗୁ କରାଯିବ ନାହିଁ କିମ୍ବା ଏଭଳି ସମ୍ପର୍କ ପାଇଁ ଅନୁମତି ଦିଆଯିବ ନାହିଁ। ’’

ଏହା ସହିତ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାୱତ କହିଛନ୍ତି,”ସେନା ଆଇନରେ ସମଲିଙ୍ଗୀ ଯୌନ ସମ୍ପର୍କ ନିଷିଦ୍ଧ ରହିବ। ”

ସେ ଆହୁରି କହିଛନ୍ତି କି,”ସେନା ଦେଶର ଅଇନରୁ ଉପରେ ନୁହଁ ।” ଗତ ସେପେମ୍ବର ମାସରେ ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ୧୫୮ ବର୍ଷର ପୁରୁଣା ଆଇନରେ ପରିବର୍ତ୍ତନ ଆଣିଥିଲେ। ଆଇପିସିର ଧାରା ୩୭୭ର ସଂଶୋଧନ ପୂର୍ବକ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ। ସେନାରେ ଏହା ଲାଗୁ କରାଯିବ କି ନାହିଁ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ପଚରାଯିବାରୁ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ୍‌ ରାୱତ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।

Comment