ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ସୋମବାର ତିନିଦିନ ଧରି ବନ୍ଦ ରହିବ ବ୍ୟାଙ୍କ କାରବାର।

ସାଧାରଣତଃ ଦୈନନ୍ଦିନ ଲୋକମାନଙ୍କର ବ୍ୟାଙ୍କ ସହ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ କାମ ରହିଥାଏ। ସେହି ଦୃଷ୍ଟିରୁ ଯଦି ବ୍ୟାଙ୍କଗୁଡ଼ିକ ଲଗାତର କିଛି ଦିନ ବନ୍ଦ ହୋଇଯାଏ ତେବେ ଜନ ସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତେବେ ଆଜି ହିଁ ସାରି ଦିଅନ୍ତୁ। ଶନିବାର ଠାରୁ ୩ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଜାନୁଆରୀ ୧୨, ଶନିବାର ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଜାନୁଆରୀ ୧୩, ରବିବାର ହୋଇଥିବାରୁ ବ୍ୟାଙ୍କ କାମ ସ୍ୱଭାବିକଭାବେ ବନ୍ଦ ରହିବ।

ଜାନୁଆରୀ ୧୪, ସୋମବାର ମକର ସଂକ୍ରାନ୍ତି ପଡୁଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ତିନିଦିନ ଧରି  ବ୍ୟାଙ୍କଗୁଡ଼ିକ ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଦେଖାଯାଇପାରେ। ତେବେ ଆଜି ହିଁ ବ୍ୟାଙ୍କରେ ନିଜ କାମ ସାରି ନିଅନ୍ତୁ।

Comment