ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ କମ୍ ରହିଛି। କନ୍ଧମାଳର ଦାରିଙ୍ଗିବାଡ଼ିରେ ତାପମାତ୍ରା ୬ଡିଗ୍ରୀରୁ କମ୍‌ ଥିବା ବେଳେ ରାଜ୍ୟର ଅନ୍ୟ ୮ରୁ ଅଧିକ ଜିଲ୍ଲାରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାଇଛି।

ତେବେ ପାଣିପାଗ ବିଭାଗ ସୂଚନାନୁସାରେ ଶୀତ ପ୍ରକୋପ ଗୋଟିଏରୁ ଦୁଇ ଦିନ ମଧ୍ୟରେ କମିପାରେ। ଆଭ୍ୟନ୍ତରୀଣ ଓ ପଶ୍ମିମ  ଓଡ଼ିଶାରେ ତାପମାତ୍ରା କମିବ। ମାତ୍ର ଏହାର କିଛି ଦିନ ପରେ ପୁଣିଥରେ ଶୀତ ବଢିପାରେ।

ଶୀତ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ୯ଟା ନହେଲେ ଘରୁ ବାହାରକୁ ବାହାରିପାରୁନାହାନ୍ତି ଲୋକେ। ବିଶେଷ କରି ରାତିରେ ଥଣ୍ଡା ଅଧିକ ହେଉଛି।

Comment