ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ମାଗଣାରେ ମିଳିବ ଏଲ୍‌ଇଡି ବଲ୍‌ବ।

ପିଠା, କାଳିଆ ପରେ ଏବେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଆମ ଘରେ ଏଲ୍‌ଇଡି’ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଆମ ଘରେ ଏଲ୍‌ଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଏନ୍‌ଏଫ୍‌ଏସ୍‌ଏ ଓ ଏସ୍‌ଏପ୍‌ଏସ୍‌ଏସ୍‌ ହିତାଧିକାରୀଙ୍କୁ ମାଗଣାରେ ଏଲ୍‌ଇଡି ବଲ୍‌ବ ମିଳିବ।

ଏହି ଯୋଜନା ଦ୍ୱାରା ରାଜ୍ୟର ୯୫ ଲକ୍ଷ ପରିବାର ଉପକୃତ ହେବେ। ଏହି ଯୋଜନାରେ ପ୍ରତି ପରିବାରକୁ ବିନା ମୂଲ୍ୟରେ ୯ ୱାଟ୍‌ର ୪ଟି ଏଲ୍‌ଇଡି ଯୋଗାଇ ଦିଆଯିବ।

ଜାନୁଆରୀ ୧୫ରୁ ୨୦ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍‌ଇଡି ବଲ୍‌ବ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ମୋଟ୍‌ ୩କୋଟି ୮୦ ଲକ୍ଷ ବଲ୍‌ବ କିଣିବେ।

Comment