ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୋନ୍ ଯୋଗେ ନବୀନଙ୍କ ସହ କଥା ହେଲେ ଦେବେଗୌଡା।

ରାଜ୍ୟ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ଦେଇଛନ୍ତି ଜେଡି (ଏସ୍‌) ରାଷ୍ଟ୍ରୀୟ ସଭାପତି ଏଚ୍‌ ଡି ଦେବେଗୌଡା। ଫୋନ୍ ଯୋଗେ ନବୀନଙ୍କ ସହ କଥା ହୋଇ ଏହି ବିଲ୍‌କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଗୁରୁବାର ଦିନ ସାଂସଦ ନଗେନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ଜେନା ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିବା ପାଇଁ ଦେବେଗୌଡାଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଚିଠିକୁ ଦେବେଗୌଡାଙ୍କୁ ପ୍ରଦାନ କରିଥିଲେ।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ପାସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏହାସହ ଡିସେମ୍ବର ୬ରେ ନବୀନ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ବିଲ୍‌କୁ ସମର୍ଥନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

Comment