ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୧୫ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୋର୍ଦ୍ଧା ଏବଂ ବାରିପଦାରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ବଲାଙ୍ଗିରରେ ମଧ୍ୟ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି। ଏଥିପାଇଁ ୧୫୫୦ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ।

ଝାରସୁଗୁଡ଼ାରେ ଅତ୍ୟାଧୁନିକ ଲଜିଷ୍ଟିକ ପାର୍କ, ବଲାଙ୍ଗିର-ବିଛୁପାଲି ଷ୍ଟେସନ ମଧ୍ୟରେ ନୂଆ ରେଳଲାଇନ ପ୍ରକଳ୍ପର ଶିଳାନ୍ୟାସ ଏବଂ ନୂଆ ଟ୍ରେନ ଚଳାଚଳ, ଝାରସୁଗୁଡ଼ାରୁ ବିଜୟନଗରମ୍ ଏବଂ ସମ୍ବଲପୁରରୁ ଅନୁଗୁଳ ରେଳ ପ୍ରକଳ୍ପରେ ବିଦ୍ୟୁତକରଣ, ବରପାଲିରୁ ଡୁଙ୍ଗରପାଲି ଏବଂ ବଲାଙ୍ଗିରରୁ ଦେଓଗାଁ ରେଳଲାଇନର ଦେହରାକରଣ, ସୋନପୁରଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କରିବେ ମୋଦି।

ଏହାସହ ୬ଟି ଜିଲ୍ଲାର ମୁଖ୍ୟ ଡାକଘରେ ପାସପୋର୍ଟ ସେବା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ମୋଦି ୧୫ ତାରିଖ ସାଢ଼େ ୯ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ବଲାଙ୍ଗିର ଆସିବେ। ବଲାଙ୍ଗିରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

୧୧ଟା୪୫ରେ ମୋଦି ପଥରଚେପା ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେବେ। ୧ଟା୪୫ ମିନିଟରେ ମୋଦି କେରଳ ଅଭିମୁଖେ ଯିବେ।

ଡିସେମ୍ବର ୨୪ରେ ମୋଦି ଖୋର୍ଦ୍ଧ ଗସ୍ତରେ ୧୫ ହଜାର ୫୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ଜାନୁଆରୀ ୫ରେ ବାରିପଦା ଗସ୍ତରେ ଆସି ମୋଦି ୪୫୦୦ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ।

Comment