ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ କେତେକ ଷ୍ଟାରକିଡ୍‌ ବଲିଉଡରେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଛି। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ…

୨୦୧୮ରେ ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ୍ ଓ ଇଶାନ୍ ଖଟ୍ଟରଙ୍କ ଭଳି ଷ୍ଟାରସନ୍‌, ଷ୍ଟାର ଡଟରମାନେ ବଲିଉଡରେ ଡେବ୍ୟୁ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ଏବେ ଆସନ୍ତୁ ନଜର ପକାଇବା ସେହି ଷ୍ଟାର ସନ୍ତାନମାନଙ୍କ ଉପରେ, ଯେଉଁମାନଙ୍କର ପ୍ରଥମ ସିନେମା ଏ ବର୍ଷ ରିଲିଜ୍‌ ହେବ ବା ସୁଟିଂ ହେବ।

ଖୁସି କପୁର

ଅଶି ଦଶକର ଲୋକପ୍ରିୟ ନାୟିକା ଶ୍ରୀଦେବୀଙ୍କ ବଡ଼ଝିଅ ଜାହ୍ନବୀଙ୍କ ପରେ ସାନ ଝିଅ ଖୁସି କପୁର ବି ୨୦୧୯ରେ ବଲିଉଡରେ ଏଣ୍ଟ୍ରି ନେବେ। ଜାହ୍ନବୀ କପୁରଙ୍କ ଭଳି ଖୁସି କପୁର ବି ପ୍ରଖ୍ୟାତ ନିର୍ମାତା କରଣ ଜୋହରଙ୍କ ଏକ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ କରଣ। କରଣ ଜୋହର ନେହା ଧୂପିଆଙ୍କ ରେଡିଓ ଟକ୍‌ ସୋ’ରେ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଖୁସି କପୁର ଖୁବ୍‌ ସୁନ୍ଦରୀ ଓ ଛୁଲୁବୁଲି। ତାଙ୍କୁ ନେଇ ସେ ଖୁବ୍ ଶୀଘ୍ର ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ସିନେମାରେ ଜଣାଶୁଣା ଅଭିନେତା ଜାଭେଦ୍‌ ଜାଫ୍ରିଙ୍କ ପୁଅ ନିଜାନ୍ ହିରୋ ହେବେ ବୋଲି କରଣ ଜୋହର କହିଛନ୍ତି।

 

ଅନନ୍ୟା ପାଣ୍ଡେ

୨୦୧୮ରେ ବଲିଉଡର ଲୋକପ୍ରିୟ ଅଭିନେତା ଚଙ୍କି ପାଣ୍ଡେଙ୍କ କନ୍ୟା ଅନନ୍ୟାଙ୍କ ପ୍ରଥମ ହିନ୍ଦୀ ସିନେମା ‘ଦି ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର୍-୨’ ରିଲିଜ୍ ହେବାର ଥିଲଶ, ମାତ୍ର ଏବେ ତାହା ୨୦୧୯ରେ ରିଲିଜ୍‌ ହେବ। ପ୍ରକାରାନ୍ତରେ କୁହାଯାଇପାରେ ଯେ ଅନନ୍ୟା ଏ ବର୍ଷ ଡେବ୍ୟୁ କରୁଛନ୍ତି। ଏହି ସିନେମାରେ ଅନନ୍ୟାଙ୍କୁ ଟାଇଗର ଶ୍ରଫ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିବ।

 

କରଣ ଦେଓଲ

ବଲିଉଡର ଖ୍ୟାତନାମା ଅଭିନେତା ତଥା ନିର୍ମାତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ୨୦୧୯ରେ ଡେବ୍ୟୁ କରୁଛନ୍ତି। ତାଙ୍କର ପ୍ରଥମ ସିନେମା ‘ପଲ ପଲ୍ ଦିଲ୍ କେ ପାଶ୍’ ଏ ବର୍ଷ ରିଲିଜ୍‌ ହେବ। ଏହି ରୋମାଣ୍ଟିକ୍ ଫିଲ୍ମର ନିର୍ଦ୍ଦେଶକ ହେଲେ ନିଜେ ସନ୍ନି ଦେଓଲ।

ପ୍ରନ୍ନତନ ବେହଲ

ବଲିଉଡର ଖ୍ୟାତନାମା ଅଭିନେତ୍ରୀ ନୂତନଙ୍କ ନାତୁଣୀ ତଥା ଜଣାଶୁଣା ଅଭିନେତା ମହନୀଶ ବହଲଙ୍କ କନ୍ୟା ପ୍ର ନୂତନ ବେହଲଙ୍କ  ପ୍ରଥମ ସିନେମା ୨୦୧୯ରେ ରିଲିଜ୍ ହେବ। ସଲମାନ୍ ଖାନ୍‌ ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ନିତିନ କକର୍। ଏଥିରେ ଆଉ ଜଣେ ନବାଗତ ଜାହିର ଇକବାଲ୍ ନାୟକ ଭୂମିକାରେ ଅଛନ୍ତି।

ଅଭିମନ୍ୟୁ ଦସାନି

‘ମୈନେ ପ୍ୟାର କିୟା’ ଫ୍ରେମ୍ ନାୟିକା ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନି ୨୦୧୯ରେ ବଲିଉଡରେ ଡେବ୍ୟୁ କରୁଥିବାର ଖବର ମିଳିଛି। ଏହି ପିଲ୍ମର ଟାଇଟଲ୍ ହେଲା ‘ମର୍ଦ କୋ ଦର୍ଦ  ନେହିଁ ହୋତା’। ରୋନି ସ୍କ୍ରୁଓ୍ବାଲା ଏହାର ପ୍ରଯୋଜକ। ଏହି ଫିଲ୍ମରେ ଛୋଟ ପରଦାର ଜଣାଶୁଣା ନାୟିକା ରାଧିକ ମଦାନ୍ ଫିମେଲ୍ ଲିଡରେ ଅଛନ୍ତି।

Comment