ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ଦିନରେ ରିଲିଜ ହୋଇଛି ଦୁଇଟି ଫିଲ୍ମ। ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର, ଉରି ଦ ସର୍ଜିକାଲ ଷ୍ଟ୍ରାଇକ।

ବହୁ ବାଦ ବିବାଦ ପରେ ଶେଷରେ ମୁକ୍ତିଲାଭ କରିଛି ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’। ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ଅନେକ ବିବାଦ ଦେଖାଯାଇଛି। ବହୁ ବିବାଦ ପରେ ଫିଲ୍ମଟି ରିଲିଜ ହୋଇଥିବାରୁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ଦେଖାଯାଇଛି।

କେଉଁ କାରଣରୁ ଫିଲ୍ମକୁ ନେଇ ବିବାଦ ଉପୁଜିଥିଲା ତାହା ଜାଣିବାକୁ ସିନେମା ହଲରେ ଦର୍ଶକଙ୍କ ଭିଡ଼ ଲାଗିଛି।

ଫିଲ୍ମରେ ମନମୋହନଙ୍କ ଚରିତ୍ରରେ ନଜର ଆସିଛନ୍ତି ଖ୍ୟାତନାମା କଳାକାର ଅନୁପମ ଖେର। ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅନୁପମ ଖେର ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି। ଫିଲ୍ମ ପାଇଁ ତାଙ୍କୁ କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସଭିଏଁ ଅଭିନନ୍ଦନ ଜଣାଇଛନ୍ତି।

ସେପଟେ ସମାନ ଦିନରେ ଆଉ ଏକ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ’ ରିଲିଜ ହୋଇଛି। ଫିଲ୍ମଟି ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ନିର୍ମିତ ହୋଇଛି।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନେତା ବିକି କୌଶଳ ନଜର ଆସିଛନ୍ତି। ବିକିଙ୍କ ବ୍ୟତୀତ ଫିଲ୍ମରେ ପରେଶ ରାୱଲ, ଅଭିନେତ୍ରୀ ୟମି ଗୌତମ ଅଭିନୟ କରିଛନ୍ତି। ଗୋଟିଏ ଦିନରେ ବଲିଉଡର ଦୁଇଟି ଫିଲ୍ମ ରିଲିଜ ହୋଇଥିବାରୁ ସିନେମା ହଲରେ ଦର୍ଶକ ପ୍ରବଳ ଭିଡ଼ ଲାଗିଛି। ତେବେ ଦୁଇଟି ଫିଲ୍ମରୁ କେଉଁ ଫିଲ୍ମ ଅଧିକ ଆୟ କରିବ ତା’ଉପରେ ସମସ୍ତଙ୍କର ନଜର ରହିଛି।

 

Comment