ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପେଣ୍ତରେନ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସିନାପାଲି ବ୍ଲକ ଅଧ୍ୟକ୍ଷ ତପସ୍ୱିନୀ ମାଝିଙ୍କ ଜମି କାଦୁଅ କରୁଥିବା ବେଳେ ଟ୍ରାକ୍ଟଟରଟି ଭାରସାମ୍ୟ ହରାଇ ଓଲଟି ଯିବାରୁ ଗାଡ଼ି ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ପଲସାପଡ଼ା ରାମପୁରର ଜୟନ୍ତ ନାଗ (୨୨)।

ଟ୍ରାକ୍ଟର ଓଲଟିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଉଭୟ ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳକୁ ଆସି ଶବ ଉଦ୍ଧାର କରିଥିଲେ।

Comment