ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନରେ କଂସ ଦରବାର ଉଦଘାଟନ କରିଥିଲେ ମହାରାଜା କଂସ। ଏହି ଅବସରରେ କଂସ ଦରବାରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନାଚ, ଗୀତରେ ମହାରାଜା କଂସ ଝୁମିଥିଲେ। ଏହାକୁ ଦର୍ଶକମାନେ ମଧ୍ୟ ମନଭରି ଉପଭୋଗ କରିଥିଲେ।

ଏପଟେ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଉଥିବା ସମସ୍ତ ସନ୍ତାନକୁ କଂସ ହତ୍ୟା କରିବା ପରେ ଦେବୀ-ବସୁଦେବ ଦୁଃଖରେ ଆଖିରୁ ଲୁହ ଗଡ଼ାଉଥିଲେ। ଦେବକୀଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ନେଇଥିଲେ କୃଷ୍ଣ।

କୃଷ୍ଣ ଜନ୍ମ ହେବା ପରେ କଂସ ଦରବାର ଶୂନଶାନ ହୋଇଯାଇଥିଲା। କୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁର ଅଭିମୁଖେ ଯାତ୍ରା କରିଥିଲେ। ଗୋପପୁର ଯିବା ବାଟରେ ଉଗ୍ରେସନ ବସୁଦେବଙ୍କ ବାଟ ଓଗାଳିଥିଲେ। ଶ୍ରୀକୃଷ୍ଣ ଉଗ୍ରେସନଙ୍କୁ ତାଙ୍କର ନାରାୟଣ ବେଶ ଦେଖାଇବା ପରେ ବସୁଦେବଙ୍କୁ ଛାଡ଼ି ଦେଇଥିଲେ।

ଏହି ନାଟକ ଦେଖିବା ପାଇଁ କଂସ ଦରବାର ନିକଟରେ ପ୍ରବଳ ଜନସମାଗମ ହୋଇଥିଲା। ଏପଟେ କୃଷ୍ଣଙ୍କ ଆଗମନ ପରେ ଗୋପପୁର ପାଲଟିଥିବା ଅମ୍ବାପାଲି ଗାଁରେ ମଧ୍ୟ ଉତ୍ସାହ ଲାଗି ରହିଛି।

ତୃତୀୟ ଦିନରେ ଗୋପପୁରରେ ନନ୍ଦୋତ୍ସବ ପାଳିତ ହେବ। ବିଜୁଳି କନ୍ୟା କଂସକୁ ଶୂନ୍ୟବାଣୀ କରିବେ।

ତୃତୀୟ ଦିନରେ ଗୋପପୁରରେ ନନ୍ଦୋତ୍ସବ ପାଳିତ ହେବ। ବିଜୁଳି କନ୍ୟା କଂସକୁ ଶୂନ୍ୟବାଣୀ କରିବେ। ତୃତୀୟ ଦିନରେ ବି ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ବିଭିନ୍ନ ବେଶରେ କଳାକାରମାନେ ନଗର ପରିକ୍ରମା କରିଥିଲେ।

Comment