ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଆବୋଟ ଏବଂ ‘ମ୍ୟାଲେରିଆ ନୋ ମୋର’ ପକ୍ଷରୁ ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାର ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ମ୍ୟାଲେରିଆ ଚିହ୍ନଟ ପରୀକ୍ଷଣ ଜ୍ଞାନକୌଶଳ ତଥା ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ଘୋଷଣା କରାଯାଇଛି।

ମ୍ୟାଲେରିଆ ନୋ ମୋର ପକ୍ଷରୁ ରାଜ୍ୟକୁ ୧ ନିୟୁତ ରାପିଡ ଚିହ୍ନଟ ପରୀକ୍ଷଣ ଏବଂ ଆବଶ୍ୟକ ବିଶେଷଜ୍ଞ ଯୋଗାଇ ଦିଆଯିବ। ଏହା ସହିତ ଆବୋଟ୍‌ ପକ୍ଷରୁ ୩ ବର୍ଷ ପାଇଁ ୭୫୦,୦୦୦ ଡଲାରର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ୨୦୧୭ରେ ଭାରତରେ ମ୍ୟାଲେରିଆ ନିରାକରଣ ପାଇଁ ୫ବର୍ଷିୟା ଜାତୀୟ ଯୋଜନାର ପ୍ରଣୟନ କରାଯାଇଥିଲା। ଯାହାଫଳରେ ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିଲା।

ଆବୋଟ ପକ୍ଷରୁ ଯୋଗାଇ ଦିଆଯାଇଥିବା ୧ ନିୟୁତ ରାପିଡ୍‌ ଚିହ୍ନଟ ପରୀକ୍ଷଣ ଏସ୍‌ଡି ବାୟୋଲାଇନ୍‌ ମ୍ୟାଲେରିଆ ଆଣ୍ଟିଜେନ୍‌ ବେସଡ ଜ୍ଞାନକୌଶଳ ଦ୍ୱାରା ସମାହିତ ହେବ। ଏହାଦ୍ୱାରା ମଶିଷ ରକ୍ତରେ ଥିବା ପ୍ଲାଜମୋଡିୟମ ଭିଭାକ୍ସ ପରଜୀବୀର ସ୍କ୍ରିନିଂ ଚିହ୍ନଟ କରିପାରିବ।

‘ମ୍ୟାଲେରିଆ ନୋ ମୋର’ର ସିଇଓ ମାର୍ଟିନ୍‌ ଇଡଲୁଣ୍ଡ କହିଛନ୍ତି, “ମ୍ୟାଲେରିଆ ନୋ ମୋର ଓଡ଼ିଶା ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଛି। ଏହାଦ୍ୱାରା ସର୍ଭେଲାନ୍ସ କ୍ଷେତ୍ରରେ ବିଶେଷ ସହାୟତା ମିଳିପାରିବ।”

ଓଡ଼ିଶାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଏକ ବର୍ଷ ଭିତରେ ମ୍ୟାଲେରିଆ ଆକ୍ରାନ୍ତଙ୍କ କ୍ଷେତ୍ରରେ ୮୦ ପ୍ରତିଶତ ହ୍ରାସ ହୋଇଛି।

Comment