ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ରାସ୍ତାରେ ମାଲବୋଝେଇ ଟ୍ରକ ତଳେ ଚାପିହେଲା କାର।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଦୁର୍ଘଟଣା। ବାଙ୍ଗିରିପୋଷି ଘାଟିରେ ରାସ୍ତା କଡ଼ରେ ଛିଡ଼ା ହୋଇଥବା ଏକ କାର ଉପରେ ପିଆଜ ଵୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କାରଟି ଟ୍ରକ ତଳେ ସମ୍ପୂର୍ଣ୍ଣ ଭାବେ ଚାପି ରହିଯାଇଥିଲା।

ଦୁର୍ଘଟଣା ସମୟରେ କାର ଭିତରେ କେହି ଯାତ୍ରୀ ନଥିଲେ।

୫ଦିନ ପୂର୍ବେ ଏହି ଘାଟିର ଦ୍ୱାରଶୁଣୀ ଠାକୁରାଣୀଙ୍କ ନିକଟରେ ମହାରାଷ୍ଟ୍ରର ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଟ୍ରକର ମାଲିକ କାର ଯୋଗେ ମହାରାଷ୍ଟ୍ରରୁ ଆସି ଘଟଣା ସ୍ଥଳରେ ପହଞ୍ଛିଥିଲେ। ମେକାନିକ ସହିତ ମାଲିକ ନିଜ ଟ୍ରକ ନିକଟରେ ଥିଲେ।

ଏହି ସମୟରେ ନାସିକ ରୁ କୋଲକାତା ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଉକ୍ତ ମାଲିକଙ୍କ କାର ଉପରେ ଓଲଟି ପଡିଥିଲା।

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ବାଙ୍ଗିରିପୋଷି ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Comment