ଓଡ଼ିଶାଲାଇଭ୍‌ ବ୍ୟୁରୋ

Anganwadi Workerଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଖୁସିରେ ନାଚିଲେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ନୂଆବର୍ଷ ଉପହାର ଦେଇଛନ୍ତି। ନିର୍ବାଚନୀ ବର୍ଷରେ ପାରିଶ୍ରମିକ ବଢ଼ାଇ ଅଙ୍ଗନବାଡ଼ି କର୍ମୀ ଏବଂ ହେଲପର୍‌ଙ୍କ ମୁହଁରେ ହସ ଫୁଟାଇଛନ୍ତି।

ମୁଖ୍ୟମନ୍ତ୍ରୀ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଘୋଷଣା କରିବା ପରେ ଅଙ୍ଗନବାଡ଼ି କର୍ମୀମାନେ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିକୁ ଛୁଟି ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଖୁସିରେ ନାଚିଥିଲେ। ଅଙ୍ଗନବାଡ଼ି କର୍ମୀମାନେ ପରସ୍ପରକୁ ଆଲିଙ୍ଗନ କରି ଖୁସି ମନାଇଥିଲେ।

Anganwadi Workerଦୀର୍ଘ ଦିନର ଦାବି ଶୁଣିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ୬ ହଜାର ଟଙ୍କାରୁ ୭ ହଜାର ୫୦୦ ଟଙ୍କା, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର ୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କା, ହେଲପର୍‌ମାନଙ୍କ ଦରମା ୩ ହଜାରରୁ ୩, ୭୫୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି।

ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି ଘୋଷଣା କରିଛନ୍ତି। ଅବସର ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦  ହଜାର ଟଙ୍କା, ମିନି ଅଙ୍ଗନବାଡ଼ିଙ୍କୁ ୧୫ ହଜାର ଟଙ୍କା ଏବଂ ହେଲପର୍‌ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସହ ୧୫ ଦିନିଆ ଖରା ଛୁଟି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

Comment