ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍‌ପି ବିଏସ୍‌ପି ଭିତରେ ମହାମେଣ୍ଟ ନେଇ ଚୂଡ଼ାନ୍ତ ବୁଝାମଣା ହୋଇଛି।

ସମାଜବାଦୀ ପାର୍ଟି(ଏସ୍‌ପି) ଓ ବହୁଜନ ସମାଜବାଦୀ ପାର୍ଟି( ବିଏସ୍‌ପି) ମଧ୍ୟରେ ମେଣ୍ଟ ନେଇ ଚୂଡ଼ାନ୍ତ ଘୋଷଣା ସରିଛି। ଲକ୍ଷ୍ନୌର ତାଜ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳର ମୁଖ୍ୟ ଏହି ଘୋଷଣା କରିଛନ୍ତି।

ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ, ବିଏସ୍‌ପି ମୁଖ୍ୟ ମାୟାବତୀ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିପକ୍ଷରେ ଏକାଠି ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଆଗାମୀ ନିର୍ବାଚନରେ ଉଭୟ ଦଳ ୩୮ ଟି ଆସନରେ ଲଢ଼ିବେ। ୨ଟି ଆସନ ଆରଏଲ୍‌ଡି (ରାଷ୍ଟ୍ରିୟ ଲୋକ ଦଳ)କୁ ଛାଡ଼ିବେ। ସେହିପରି ଅମେଠି ଓ ରାୟବରେଲି ଆସନରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ଆସନ ହୋଇଥିବାରୁ ୨ ଟି ଆସନ ଛାଢ଼ିବେ ବୋଲି ମାୟାବତୀ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ଓ ଉତ୍ତରପ୍ରଦେଶରେ କ୍ଷମତାସୀନ ବିଜେପିକୁ ହରାଇବାକୁ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରଣନୀତି ସ୍ଥିର କରିଛନ୍ତି।

Comment