ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରରେ ଥିବା ବାଉଁସଗଡି ନଦୀର ଅହିରାଜପୁର ଗାଁ ନିକଟରେ ଏକ ୩୨ ଫୁଟ ଲମ୍ବର ମୃତ ତିମି ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନିୟ ଲୋକେ ମୃତ ତିମିଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତିମି ମୃତ୍ୟୁର କାରଣ ଖୋଜୁଛି।

କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ର ଉପକୂଳରେ ଗୋଟିଏ ପରେ ଗୋଟିଏ ତିମିଙ୍କର ମୃତ ଦେହ ପହଞ୍ଚିବାରେ ଲାଗିଛି। ଗତ  ଦୁଇ ବର୍ଷ ମଧ୍ୟରେ ଏହା ୩ୟ ମୃତ ତିମି ବୋଲି କୁହାଯାଉଛି। ଶୁକ୍ରବାର ବାଉଁସଗଡି ନଦୀ ଭିତରକୁ ସମୁଦ୍ର ଜୁଆରରେ ଭାସି ଆସିଥିବା ତିମିକୁ ଦେଖିବାକୁ ଲୋକମାନଙ୍କ ଧାଡ଼ି ଲାଗିଥିଲା। ତେବେ ଏତେବଡ ତିମି କେଉଁଠୁ ଆସିଲା ତହାକୁ ଯାଣିବାକୁ ଲୋକ ମାନଙ୍କ ଣଧ୍ୟରେ ଉତ୍ସୁକତା ଲାଗି ରହିଛି।

ଗତ ୨୦୧୭ ମସିହାରେ ଭିତରକନିକାର ହବାଳିଖଟି ନିକଟରେ ଏକ ବିଶାଳକାୟ ତିମି ମରି ପଡ଼ିଥିବାର ବନ ବିଭାଗ ଠାବ କରିଥିଲା। ୨୦୧୮ ମସିହା ନଭେମ୍ବର ୧ ତାରିଖରେ ଆଉ ଏକ ୫୨ ଫୁଟ ଲମ୍ବର ବିଶାଳକାୟ ତିମି ସେହି ହବାଳିଖଟି ନିକଟରେ ପଡ଼ିଥିବା ବନ ବିଭାଗ ପାଇଥିଲା। ପୁଣି ଆଜି ସେହି ସମୁଦ୍ର ଜୁଆରରେ ଭସି ଆସି ବାଉଁସଗଡି ନଦୀରେ ପ୍ରବେଶ କରିଥିବା ଏକ ତିମିର ମୃତ ଦେହ ମିଳିଛି। ବାରମ୍ବାର ଏହି ସ୍ଥାନରେ ମୃତ ତିମିଙ୍କୁ ଦେଖିବା ପରେ କେନ୍ଦ୍ରାପଡା ସମୁଦ୍ର ଉପକୁଳରେ ତିମି ବାସ କରୁଥିବା ସନ୍ଦେହ ଦୃଢ ହେବାରେ ଲାଗିଛି।

ତିମିର ମୃତ୍ୟୁକୁ ନେଇ ୩ଟି କାରଣ ଚର୍ଚ୍ଚା ହୋଇଛି। ବୟସାଧିକ୍ୟ କାରଣ ହୋଇ ପାରେ, ରୋଗ ଜନିତ କିମ୍ବା ଗଭୀର ସମୁଦ୍ରରେ ପାଣି ଜାହାଜର ପ୍ରପେଲର ବାଜି ତିମି ମୃତ୍ୟୁ ହୋଇଥାଇପାରେ ବୋଲି ବନବିଭାଗ ସନ୍ଦେହ କରୁଛି।

Comment