ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ସିଡନୀରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନି ବିଶ୍ୱରେକର୍ଡ କରିଛନ୍ତି। ପଞ୍ଚମ ଭାରତୀୟ ଭାବେ ଧୋନି ଭାରତ ପାଇଁ ୧୦ ହଜାର ରନ୍‌ କ୍ରିକେଟ୍ କ୍ଲବରେ ସାମିଲ ହୋଇପାରିଛନ୍ତି। ଆଉ ଏଥିପାଇଁ ତାଙ୍କୁ ଆଜିର ମ୍ୟାଚ୍ ମାତ୍ର ୧ ରନ୍ ଦରକାର ପଡ଼ୁଥିଲା, ଯାହାକି ଝାଇ ରିଚାର୍ଡସନଙ୍କ ଓଭରରେ ସମ୍ଭବ ହୋଇପାରିଥିଲା।

ସେ ଏହି ରେକର୍ଡ ହାସଲ କରିବାପରେ ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଏବଂ ବିରାଟ କୋହଲିଙ୍କ ସହିତ ସାମିଲ ହୋଇପାରିଛନ୍ତି। ଯଦିଓ ସେ ପୂର୍ବରୁ ଏହି ମାଇଲଖୁଣ୍ଟ ଛୁଇଁସାରିଛନ୍ତି ସେଥିରୁ ୧୭୪ ରନ୍ ସେ ଏସିଆ ଏକାଦଶ ପାଇଁ ସ୍କୋର କରିଥିଲେ। ସେ ବିଶ୍ୱର ତ୍ରୟୋଦଶ ଖେଳାଳି ଭାବରେ ଏହା ହାସଲ କରିଛନ୍ତି। ଏଥିପାଇଁ ସେ ୩୩୦ଟି ଦିନିକିଆ ଖେଳିଛନ୍ତି ଏବଂ ତାଙ୍କର ଆଭରେଜ୍ ୪୯.୭୫ ରହିଛି। ଏଥିରେ ୯ ଶତକ ଏବଂ ୬୭ ଅର୍ଦ୍ଧଶତକ ରହିଛି।

ଭାରତର ୫ ଜଣ ବ୍ୟାଟ୍ସମ୍ୟାନ ବ୍ୟତୀତ କୁମାର ସାଙ୍ଗାକାରା, ରିକି ପଣ୍ଟିଂ, ସନଥ ଜୟସୁରିଆ, ମାହେଲା ଜୟବର୍ଦ୍ଧନେ, ଇଞ୍ଜମାମ୍ ଉଲ୍ ହକ୍, ଜ୍ୟକ୍ସ୍ କାଲିସ୍, ବ୍ରାଏନ୍ ଲାରା ଏବଂ ତିଲକରତ୍ନେ ଦିଲସାନ୍ ଏହି ରେକର୍ଡ ହାସଲ କରିଛନ୍ତି।

Comment