ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅଙ୍ଗନବାଡ଼ି କର୍ମୀଙ୍କ ଦରମା: ଥିଲା ୬ ହଜାର, ହେଲା ୭,୫୦୦
  • ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା: ଥିଲା ୪,୧୨୫, ହେଲା ୫,୩୭୫
  • ହେଲପର୍‌ମାନଙ୍କ ଦରମା: ଥିଲା ୩ ହଜାର, ହେଲା ୩, ୭୫୦

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର। ଅଙ୍ଗନବାଡ଼ି କର୍ମୀ, ହେଲପ୍‌ର ଏବଂ ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନୂଆବର୍ଷରେ ଉପହାର ଦେଇଛନ୍ତି।

ଅଙ୍ଗନବାଡ଼ି କର୍ମୀଙ୍କ ଦରମାରେ ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କାରୁ ୭ ହଜାର ୫୦୦ ଟଙ୍କା ବୃଦ୍ଧି କରି ନବୀନ ନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର ୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ହେଲପର୍‌ମାନଙ୍କ ଦରମା ୩ ହଜାରରୁ ୩, ୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ୬୨ ବର୍ଷକୁ ବୃଦ୍ଧି କରାଯାଇଛି। ଅବସର ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦ ହଜାର ଟଙ୍କା, ମିନି ଅଙ୍ଗନବାଡ଼ିଙ୍କୁ ୧୫ ହଜାର ଟଙ୍କା ଏବଂ ହେଲପର୍‌ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଏବଂ ହେଲପରମାନଙ୍କ ବର୍ଦ୍ଧିତ ଦରମା ୨୦୧୮ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ କରାଯିବ।

Comment