ଓଡ଼ିଶାଲାଇଭ୍‌ ବ୍ୟୁରୋdead body steal for marriage

ବିବାହ ଲାଗି ଚୀନର ଏକ କବରରୁ ଜଣେ ଝିଅର ମୃତଦେହକୁ ଚୋରି କରାଯାଇଛି। ଚୀନର କିଛି ଅଞ୍ଚଳରେ ଏମିତି କିଛି ବିଚିତ୍ର ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ। ତେବେ ଚୀନ୍‌ର କିଛି ଅଞ୍ଚଳରେ କୌଣସି ଯୁବକ ବା ଯୁବତୀଙ୍କ ବିବାହ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ସହ ବିବାହ କରାଯାଇଥାଏ। ଏହି ବିବାହକୁ ସେଠାକାର ଲୋକମାନେ ‘ଭୂତ ବିବାହ’ ବୋଲି କହିଥାନ୍ତି।

ଏହା କୁହାଯାଉଛି କି ଜଣେ ୧୮ବର୍ଷ ଝିଅର ମୃତଦେହକୁ କଫିନ୍‌ରୁ ‘ଭୂତ ବିବାହ’ ଲାଗି ଚୋରି କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ କରୁଛି। ଚୋରି ହୋଇଥିବା କଫିନ ସ୍ଥାନରେ କିଛି ସାମଗ୍ରୀ ମିଳିଛି ଯେଉଁଥିରୁ ଅନୁମାନ କରାଯାଉଛିକି ଏହା ଚୋରି କରିଥିବା ବ୍ୟକ୍ତିର ହୋଇଥାଇପାରେ।

ଏହା ସହିତ ଝିଅର ପରିବାର ଲୋକଙ୍କ କହିବା କଥା କିଛି ଦିନ ପୂର୍ବରୁ ଜଣେ ଅଜଣା ବ୍ୟକ୍ତି ଆସି ମୃତଦେହକୁ କିଣିବା କଥା କହୁଥିଲେ। ପରିବାର ଏହା କରିବାକୁ ମନାକରିଥିଲେ। ଏହା ସହିତ ପରିବାର ଲୋକ ଆହୁରି କହିଛନ୍ତି କି କଫିନ୍‌ ଭିତରେ ସେମିତି କିଛି ମୂଲ୍ୟବାନ ସାମଗ୍ରୀ ନଥିଲା।

ତେବେ ଏହି ‘ଭୂତ ବିବାହ’ର ପରମ୍ପରାକୁ ଉକ୍ତ ଅଞ୍ଚଳରେ ଅନେକ ଲୋକ ମାନିଥାନ୍ତି। ପରମ୍ପରା ଅନୁସାରେ ବିବାହ ପୂର୍ବରୁ ବିବାହ କରିନଥିବା କୌଣସି ମୃତଦେହ ସହ ପ୍ରଥମେ ‘ଭୂତ ବିବାହ’ କରାଯାଇଥାଏ।

ଚୀନର ସାଞ୍ଜି ପ୍ରୋବିନ୍ସରେ ୨୦୧୫ରେ ୧୪ଜଣ ମହିଳାଙ୍କ ଶବକୁ ‘ଭୂତ ବିବାହ’ ଲାଗି ଚୋରି କରାଯାଇଥିଲା। ତେବେ ମୃତଦେହ ସହ ବିବାହ ପରି ଏକ ବିଚିତ୍ର ପରମ୍ପରାକୁ ଅଗଷ୍ଟ ୨୦୦୬ରେ ଅପରାଧ ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏହା ସହିତ କେହି ଏପରି କଲେ ସେ ବ୍ୟକ୍ତିକୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ।

Comment