ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲଙ୍କ ସଭା ପାଇଁ ମିଳିଲାନି ବାଲିଯାତ୍ରା ପଡ଼ିଆ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭା ପାଇଁ ମିଳିଲାନି ପଡ଼ିଆ। ଫଳରେ ରାହୁଲଙ୍କ କଟକ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ। କଟକ ବଦଳରେ ଭୁବନେଶ୍ୱର ତମାଣ୍ଡୋରେ ସଭା କରିବା ପାଇଁ କଂଗ୍ରେସ ସ୍ଥିର କରିଛି। ଏହି ସଭାରେ ହିଁ ରାହୁଲ ଉଦବୋଧନ ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଜାନୁଆରୀ ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲା କଂଗ୍ରେସ। ଭୁବନେଶ୍ଵରରେ ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ ଯୋଗ ଦେବାକୁ ଥିବା ବେଳେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଜନସଭାରେ ମଧ୍ୟ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା।

କିନ୍ତୁ ବାଲିଯାତ୍ରା ପଡ଼ିଆ ନମିଳିବାରୁ ରାହୁଲଙ୍କ କଟକ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଭୁବନେଶ୍ୱର ତମାଣ୍ଡୋରେ ରାହୁଲଙ୍କ ସଭା ହେବ ବୋଲି ସ୍ଥିର ହୋଇଛି। ସକାଳ ୧୦ଟାରୁ ୫ଟା ଯାଏଁ ତମାଣ୍ଡୋରେ କାର୍ଯ୍ୟକ୍ରମ ରହିଛି। ଏହି ସଭାରେ ହିଁ ରାହୁଲ ବୁଦ୍ଧିଜୀବୀମାନଙ୍କୁ ଭେଟିବେ।

Comment