ଓଡ଼ିଶାଲାଇଭ୍ ବ୍ୟୁରୋ

ସବର୍ଣ୍ଣ ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବା ପାଇଁ ଆଜି ରାଷ୍ଟପତି କରିପାରନ୍ତି ଦସ୍ତଖତ।

ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନିକଟରେ କେନ୍ଦ୍ର ସରକାର ଲୋକସଭାରେ ବିଲ ଆଗତ କରିଥିଲେ। ଏହାପରେ ଏହି ବିଲ ଉପରେ ରାଜ୍ୟସଭାରେ ଘମାଘୋଟ ଆଲୋଚନା ହୋଇଥିଲା। ସାରା ଦିନ ବିଲ ଉପରେ ଆଲୋଚନା ହେବା ପରେ ବିଲ ପାରିତ ହୋଇଥିଲା।

ଏବେ କେବଳ ଏହି ବିଲ୍‌ରେ ରାଷ୍ଟପ୍ରତିଙ୍କ ଦସ୍ତଖତ ବାକି ରହିଛି। ବିଲକୁ ଆଇନରେ ପରିଣତ କରିବା ପାଇଁ ବିଲକୁ ରାଷ୍ଟପ୍ରତିଙ୍କ ନିକଟକୁ ପଠାଯାଇଛି। ଶନିବାର ରାଷ୍ଟ୍ରପତି ଏହି ବିଲ ଉପରେ ଦସ୍ତଖତ କରି ପାରନ୍ତି।

ଏହି ସଂରକ୍ଷଣ ନିୟମକୁ ସରକାର ଚଳିତ ବର୍ଷ ଲାଗୁ କରିବାକୁ ଆଶ ରଖିଛନ୍ତି। ତେଣୁ ବିଲକୁ ଯଥାଶୀଘ୍ର ଆଇନରେ ପରିଣତ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି।

ତେବେ ରାଜ୍ୟସଭାରେ ବିଲ୍‌ ପାରିତ ହେବା ସମୟରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅନୁପସ୍ଥିତ ଥିଲେ। ନାଇଡୁ ଏବେ ଆନ୍ଧ୍ରପ୍ରଦେଶ ଗସ୍ତରେ ରହିଛନ୍ତି। ନାଇଡୁଙ୍କ ଦସ୍ତଖତ ପାଇଁ ବିଲକୁ ଆନ୍ଧ୍ରପ୍ରଦେଶ ପଠାଯାଇଛି। ନାଇଡୁଙ୍କ ଦସ୍ତଖତ ପରେ ରାଷ୍ଟ୍ରପତି ବିଲରେ ଦସ୍ତଖତ କରିବେ।

Comment