ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ। ଚାଲିଗଲା ଗୋଟେ ପରିବାରର ଦୁଇଟି ଜୀବନ। ଶନିବାର କାମାକ୍ଷାନଗରରେ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ବାପା ପୁଅ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଭଦଳିଆ ନିକଟରେ ଘଟିଥିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଗୋଟେ ପରିବାରର ବାପା ପୁଅ ପ୍ରାଣ ହରାଇଥିବା ବେଳେ ନାତି ଗୁରୁତର ଅଛି।

ସୂଚନା ମୂତାବିକ, ବାପା,ପୁଅ ଓ ନାତି ତିନି ଜଣ ବାଇକ ଯୋଗେ ଘରକୁ ଫେରୁଥିଲେ। କାମାକ୍ଷାନଗର  କଙ୍କଡ଼ାହାଡ଼ ଥାନା ଭଦଳିଆ ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୀ ଗୁରୁତର ଅଛି।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ।

ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ପିଲାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Comment