ଓଡ଼ିଶାଲାଇଭ୍ ବ୍ୟୁରୋ

ଆବଶ୍ୟକତାରୁ ଅଧିକ କୌଣସି ଖାଦ୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଖାଦ୍ୟରେ ଲୁଣର ପରିମାଣ ଅଧିକ ବା କମ୍‌ ହେଲେ ତାହା ସ୍ୱାସ୍ଥ୍ୟକୁ ଗଭୀର ପ୍ରଭାବିତ କରିଥାଏ।

 

ସାଧାରଣତଃ ଅଧିକାଂଶ ଲୋକ ଖାଦ୍ୟ ପ୍ରସ୍ତୁତ ହେବା ପରେ ବି ସେଥିରେ ଲୁଣ ପକାଇ ଖାଇଥା’ନ୍ତି। ଏମତି କରିବା ଦ୍ୱାରା ଶରୀରକୁ ହାନି ପହଞ୍ଚି ଥାଏ ବୋଲି ଜଣାପଡ଼ିଛି। ଏହି ଅଭ୍ୟାସ ଦ୍ୱାରା ବ୍ଲଡ ପ୍ରେସର ସମସ୍ୟା ହୋଇପାରେ। ଯେପରି ଲୁଣ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଠିକ୍‌ ସେହିପରି ଲୁଣ କମ୍ ଖାଇବା ମଧ୍ୟ ଆଦୌ ଉଚିତ ନୁହେଁ।

ସାଧାରଣତଃ ଜଣେ ବ୍ୟକ୍ତିଙ୍କୁ ଦିନକୁ ୨ ଚାମଚ ଲୁଣ ସେବନ କରିବା ଆବଶ୍ୟକ। ଯେଉଁ ବ୍ୟକ୍ତିଙ୍କୁ ବ୍ଲଡ ପ୍ରେସର ସମସ୍ୟା ରହିଥାଏ ସେମାନଙ୍କ ପକ୍ଷେ ଦିନକୁ ଅଧ ଚାମଚ ଲୁଣ ଖାଇବା ଆବଶ୍ୟକ।

ଲୁଣ ଅଧିକ ଖାଇଲେ ଶୋଷ କମ୍‌ ଲାଗିଥାଏ। ଭୋକ ଅଧିକ ହୋଇଥାଏ। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ଲୁଣ ଅଧିକ ଖାଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ।

Comment