ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କାଳିଆ’ ଯୋଜନାର ସଫଳ ରୂପାୟନ ପାଇଁ ରବିବାରଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ କଲ୍ ସେଣ୍ଟର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ କଲ୍ ସେଣ୍ଟର ପାଇଁ ପ୍ରସ୍ତୁତି ହୋଇଥିବା ଓକାକ୍ ଟାୱାର ପରିଦର୍ଶନ କରିଥିଲେ।

‘କାଳିଆ’ ଯୋଜନାକୁ ନେଇ ଯେଉଁ ଚାଷୀମାନଙ୍କର ନ୍ଦ୍ୱନ୍ଦ୍ୱ ରହିଛି ସେମାନଙ୍କ ସହ ଏହି କଲ୍‌ ସେଣ୍ଟରରୁ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ। କାଳିଆ ଯୋଜନାକୁ ନେଇ ଅଡ଼ୁଆ ବଢ଼ୁଥିବାରୁ ରାଜ୍ୟ ସରକାର ଏହି କଲ୍ ସେଣ୍ଟର ଖୋଲିଛନ୍ତି।

ଜାନୁଆରୀ ୫ ତାରିଖରୁ ‘କାଳିଆ’ କଲ୍ ସେଣ୍ଟର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା। କିନ୍ତୁ ରବିବାରଠାରୁ ୨୪ ଘଣ୍ଟା ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଚାଷୀମାନଙ୍କ ମନରେ ଯୋଜନାକୁ ନେଇ କିଛି ସମସ୍ୟା ଥିବ ସେମାନେ କଲ୍ ସେଣ୍ଟରକୁ ଫୋନ୍ କରି ସମସ୍ତ ତଥ୍ୟ ବୁଝିପାରିବେ।

ଇଚ୍ଛୁକ ଚାଷୀମାନେ ନିଶୁଳ୍କ ନମ୍ବର ୧୮୦୦୫୭୨୧୧୨୨ କୁ ଫୋନ କରି ସମସ୍ତ ତଥ୍ୟ ବୁଝିପାରିବେ।

Comment