ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ କମେଡି ତଥା ଆକ୍ସନ ହିରୋ ଅଜୟ ଦେବଗନଙ୍କ ଅପକମିଙ୍ଗ ଫିଲ୍ମ ‘ଟୋଟାଲ ଧମାଲ’ର ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଅଜୟ ଦେବଗନଙ୍କର ଏହି ଫିଲ୍ମରେ ଏକ ଏଭଳି ଚରିତ୍ର ଏଣ୍ଟ୍ରି କରୁଛନ୍ତି ଯିଏକି ଫିଲ୍ମର ମୁଖ୍ୟ ଭୂମିକାରେ ଦେଖାଦେବେ। ହଲିଉଡରେ ନଜର ଆସିଥିବା ଫିମେଲ ମାଙ୍କଡ଼ କ୍ରିଷ୍ଟଲ ଟୋଟାଲ ଧମାଲରେ ଏଣ୍ଟ୍ରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ୍‌ରେ କ୍ରିଷ୍ଟଲ ଅଜୟ ଦେବଗନ୍‌ଙ୍କ କାନ୍ଧ ଉପରେ ବସିଥିବା ନଜର ଆସିଥିଲା।

ଫିଲ୍ମ ସମୀକ୍ଷକ ଫିଲ୍ମର ପ୍ରଥମ ଲୁକ୍‌ ଶେୟାର କରି ଫିଲ୍ମର କାଷ୍ଟ ବିଷୟରେ ଲେଖିଥିଲେ।

କମେଡି ଫିଲ୍ମ ମସ୍ତି ଓ ଗ୍ରାଣ୍ଡ ମସ୍ତି ଭଳି ହିଟ୍‌ ଫିଲ୍ମ କରିଥିବା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଅଜୟ ଦେବଗନ୍‌ଙ୍କ ବ୍ୟତୀତ ଅର୍ଶଦ ୱାରସି, ମାଧୁରୀ ଦୀକ୍ଷିତ, ଅନିଲ କପୁର, ସଞ୍ଜୟ ମିଶ୍ର ଏବଂ ଜାବେଦ୍‌ ଜାଫ୍ରି ପ୍ରମୁଖ ସାମିଲ ଅଛନ୍ତି। ଟୋଟାଲ ଧମାଲ ଫିଲ୍ମରେ ବହୁତ ଦିନ ପରେ ଅନିଲ କପୁରଙ୍କ ସହ ନଜର ଆସିବେ ମାଧୁରୀ ଦୀକ୍ଷିତ।

Comment